ସୁସ୍ଥ ହୋଇ ଓଡ଼ିଶା ଫେରିଲେ ପପୁ : ଭିଡ଼ିଓ ଯୋଗେ ଜଣାଇଲେ ଧନ୍ୟବାଦ !

ଭୁବେନେଶ୍ବର : ଓଲିଉଡ଼ର ହାସ୍ୟକଳାକାର ଏବଂ ଅଭିନେତା ପପୁ ପମପମ୍ ଗତ ରାତିରେ ଭୁବନେଶ୍ବର ଫେରିଛନ୍ତି। ସେ ବିଗତ ଦୁଇ ମାସ ହେବ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଥିଲେ। ସେ ରାଜ୍ୟବାସୀକୁ ଧନ୍ୟବାଦ ଜଣାଇ ଏକ ଭିଡ଼ିଓ ପ୍ରସ୍ତୁତ କରିଥିବା ବେଳେ ତାହାକୁ ସେୟାର କରିଛନ୍ତି ଓଲିଉଡ଼ ଅଭିନେତା ସାବ୍ୟସାଚ୍ଚୀ ମିଶ୍ର।

ଗତକାଲି ରାତି ୯ଟା ରେ ସେ ଭୁବନେଶ୍ବରରେ ବିମାନ ଯୋଗେ ପହଞ୍ଚିଥିଲେ। ସେ ଭିଡ଼ିଓରେ କହିଛନ୍ତି , “ଆଜ୍ଞା ନମସ୍କାର, ମୁଁ ବହୁତ ଅସୁସ୍ଥ ଥିଲି । ଦୀର୍ଘ ଦୁଇ ମାସ ହେବ ଦିଲ୍ଳୀ ଏମସରେ ଚିକିତ୍ସିତ ହେଉଥିଲି। ମୁଁ ଆଜି ଠିକ୍ ହୋଇ ଓଡ଼ିଶାରେ ପହଞ୍ଚିଛି। ପହଞ୍ଚିଛି ଏଥିପାଇଁ ଆପଣ ମାନଙ୍କର ଭଲପାଇବା , ଭଗବାନଙ୍କ ନିକଟରେ ଯେଉଁ ପ୍ରାର୍ଥନା , ତାହାମତେ ଫେରାଇ ଆଣିଛି। ଡ଼ାକ୍ତର କହୁଥିଲେ ଶରୀର ବହୁତ ଅସୁସ୍ଥ ଥିଲା ସୁସ୍ଥ ହେବା ସମ୍ଭବ ନଥିଲା। କେବଳ ଆପଣଙ୍କ ପ୍ରାର୍ଥନା ଏବଂ ଆର୍ଶୀବାଦ ପାଇଁ ମୁଁ ଆଜି ଫେରିଛି।“

papu-pom-pom

ସୂଚନାଯୋଗ୍ୟ, ପପୁ ରାଜ୍ୟ ବାହାରେ ବସନ୍ତ ସାହୁଙ୍କ ଚଳଚ୍ଚିତ୍ର ୪-ଇଡିଏଟ୍ ସୁଟିଂ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ପାନକ୍ରିୟାଜ (ଅଗ୍ନାଶୟ) ସଂକ୍ରମଣ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଥିଲା। ଏହାସହ ତାଙ୍କର ଜଣ୍ଡିସ୍ ହୋଇ ପେଟ ଓ ଛାତିରେ କଷ୍ଟ ହେଉଥିଲା। ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ସେଠାକାର ଡାକ୍ତରୀଦଳ ତାଙ୍କୁ ଏମ୍ସ ଯାଇ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.