ଏଲନ୍ ମସ୍କଙ୍କ ମିନି ସବମେରିନ୍: ଥାଇଲାଣ୍ଡ ଅନ୍ଧାରୀ ଗୁମ୍ଫାରୁ କରିବ ଉଦ୍ଧାର

ଅନ୍ଧାରୀ ଗୁମ୍ଫାରୁ ପିଲାଙ୍କୁ ଉଦ୍ଧାର କରିବା ପାଇଁ ଏକ ମିନି ସବମେରିନ୍ ବା ବୁଡ଼ା ଜାହାଜ ଦେଇଛନ୍ତି ଏଲନ୍ ମସ୍କ। ଆମେରିକାର ସ୍ପେସ୍ ଏଣ୍ଟରପ୍ରିନୁୟର ମସ୍କ ଗତକାଲି ସେହି ଜଳପୂର୍ଣ୍ଣ ଗୁମ୍ଫାରେ ପଶିଥିଲେ ବୋଲି ନିଜ ସୂଚନା ଦେଇଛନ୍ତି। ବାକି ପିଲାଙ୍କୁ ଉଦ୍ଧାର କରିବା ଲାଗି ଏକ କ୍ଷୁଦ୍ର ବୁଡ଼ାଜାହାଜ ସେ ପ୍ରସ୍ତୁତ କରିଛନ୍ତି। ଏହି ବୁଡ଼ାଜାହାଜ ଜରିଆରେ ପିଲାମାନଙ୍କୁ ଅତି ସହଜରେ ଗୁମ୍ଫା ଭିତରୁ ବାହାର କରାଯାଇ ପାରିବ ବୋଲି ମସ୍କ ଦାବି କରିଛନ୍ତି।

ଏହି ବୁଡ଼ା ଜାହାଜର ଓଜନ ମଧ୍ୟ ଅତି କମ୍ ଓ ଲମ୍ବ ୫ ଫୁଟ। ଯାହା ମାତ୍ର ୮ ଘଣ୍ଟାରେ ତିଆରି ହୋଇଛି। ରକେଟ୍ ଯନ୍ତ୍ରାଂଶରେ ତିଆରି ଏହାର ଗୋଟିଏ ପାର୍ଶ୍ୱରେ ଅକ୍ସିଜେନ୍ ସିଲିଣ୍ଡର ଲାଗିଛି। ଭିତରେ ଛୋଟ ପିଲା ଶୋଇ ରହି ସୁବିଧାରେ ଅସି ପାରିବେ। ଏବେ ନହେଲେ ମଧ୍ୟ ଭବିଷ୍ୟତରେ ଏହି ମିନି ସବମେରିନ୍ ଏଭଳି ସମସ୍ୟା ବେଳେ ସହାୟକ ହେବ ବୋଲି ମସ୍କ କହିଛନ୍ତି।

Leave A Reply

Your email address will not be published.