Below header

ଯାଜପୁର ଅହିୟାସ ଲକ୍ଷ୍ମୀନାରାୟଣ ବୃଦ୍ଧାଶ୍ରମରେ କରୋନା ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା, ପରିସ୍କାର ଓ ପରିଚ୍ଛନ୍ନତା ପ୍ରତି ଦିଆଯାଉଛି ବିଶେଷ ଦୃଷ୍ଟି

ଯାଜପୁର ଟାଉନ୍: କୋରୋନା ସମୟରେ ବୟସ୍କ ମାନଙ୍କ ପାଇଁ ସ୍ୱତନ୍ତ୍ର ଯତ୍ନ ନେବା ପାଇଁ ପରାମର୍ଶ ରହିଛି । ଏହି ବୟସ୍କମାନଙ୍କୁ ସବୁବେଳେ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇ ଆସଛୁି । ସେଥିପାଇଁ ବୃଦ୍ଧାଶ୍ରମ ଗୁଡିକ ପ୍ରତି ପ୍ରଶାସନ ଓ ସରକାର ସ୍ୱତନ୍ତ୍ର ଦୃଷ୍ଟି ରଖିଛନ୍ତ ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅହିୟାସ ଅଂଚଳରେ ଥିବା ଲକ୍ଷ୍ମୀନାରାୟଣ ବୃଦ୍ଧାଶ୍ରମରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । ବୃଦ୍ଧାଶ୍ରମରେ ସାମାଜିକ ଦୂରତା ରକ୍ଷା କରାଯିବା ସହିତ ପ୍ରତିଦିନ ସାନିଟାଇଜର ବ୍ୟବହାର କରାଯାଉଛି । ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ବୃଦ୍ଧାଶ୍ରମରେ ପରିସ୍କାର ଓ ପରିଚ୍ଛନ୍ନତା ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି ବୋଲି ପରିଚାଳକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.