ପ୍ଲାଜମା ଦାନ କରି କରୋନା ରୋଗୀଙ୍କୁ ବଞ୍ଚାଇବାକୁ ନିବେଦନ କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା

ମାଲକାନଗିରି: ପ୍ଲାଜମା ଦାନ କରି କରୋନା ରୋଗୀଙ୍କୁ ବଞ୍ଚାଇବାକୁ ନିବେଦନ କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା । ମାଲକାନଗିରିର ସର୍କିଟ ହାଉସରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାରେ ପ୍ଲାଜମା ଥେରାପୀ ନେଇ ଆଲୋଚନା କରିଥିଲେ । କରୋନା ନିୟନ୍ତ୍ରଣ କରିବାକୁ ଲୋକଙ୍କୁ ସଚେତନ କରିବାକୁ ପୁରା ପ୍ରଶାସନ ସଜାଗ ରହିଛି। କରୋନା ପଜିଟିଭ ସୁସ୍ଥ ହେବାର ୪ସପ୍ତାହ ପରେ ପ୍ଲାଜମା ଦାନ କରିପାରିବେ । ବର୍ତ୍ତମାନ ଜିଲ୍ଲାରେ ଶହେ ଜଣ ଆରୋଗ୍ୟ କରିବା ପରେ ପ୍ଲାଜମା ଦାନ କରିବାକୁ ସକ୍ଷମ ଅଛନ୍ତି। ସେଥିମଧ୍ୟରୁ ୪୮ଜଣ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛନ୍ତି । ଆଗକୁ ସମସ୍ତେ ଆଗେଇ ଆସିବାକୁ ମନ୍ତ୍ରୀ ଆହ୍ଵାନ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.