ଥାଇରଏଡ୍‌ ସମସ୍ୟାରୁ ମୁକ୍ତି ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ଆଜିକାଲିର ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ଅନେକ ରୋଗ ହେଉଛି। ଏହିସବୁ ରୋଗ ମଧ୍ୟରେ ଥାଇରଏଡ ସମସ୍ୟା ଏକ ପ୍ରକାର। ଥାଇରଏଡ୍‌ ସମସ୍ୟା ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ। ଏମିତିରେ ଆଜି ଆମେ କିଛି ଘରୋଇ ଉପାୟ ବିଷୟରେ ଜଣାଇବୁ, ଯାହାକୁ ଆପଣାଇ ଥାଇରଏଡ ସମସ୍ୟାରୁ ମୁକ୍ତି ପାଇପାରିବେ।

ମୁଲେଠୀ :

ମୁଲେଠୀ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର। ମୁଲେଠୀ ସେବନ କଲେ ଥାଇରଏଡ ବୃଦ୍ଧିକୁ ରୋକାଯାଇପାରିବ। ଏହା କ୍ୟାନସର ସେଲ୍ସକୁ ବଢିବାକୁ ମଧ୍ୟ ରୋକିଥାଏ। ଏହାକୁ ଖାଇଲେ ମଧ୍ୟ ଥକ୍କାପଣ ଦୂର ହୋଇଥାଏ।

melethi

ଗହମ ଏବଂ ଯଅ :

ଥାଇରଏଡ ସମସ୍ୟା ଥିଲେ ଗହମ ଏବଂ ଯଅ ଖାଇବା ଲାଭଦାୟକ ହୋଇଥାଏ। ଏହା ଥାଇରଏଡ ବଢିବାକୁ ରୋକିଥାଏ। ଫଳରେ ସାଇନସ, ଉଚ୍ଚ ରକ୍ତଚାପ ଏବଂ ରକ୍ତ ଅଭାବ ଭଳି ସମସ୍ୟାର ଦୂର ହୋଇଥାଏ।

ଅଦା :

ଅଦାରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ମାତ୍ରା ଭରପୂର ରହିଥାଏ। ଏହା ଥାଇରଏଡ ସମସ୍ୟା ମଧ୍ୟ ଦୂର କରିଥାଏ। ଅଦାରେ ଆଣ୍ଟି ଇନଫ୍ଲୋମେଣ୍ଟାରୀ ଗୁଣ ରହିଥାଏ, ଯାହା ଥାଇରଏଡ ବଢିବାକୁ ରୋକିବାରେ ସହାୟକ ହୋଇଥାଏ।

ada

ଦହି ଏବଂ କ୍ଷୀର :

ଥାଇରଏଡ ସମସ୍ୟା ଦୂର କରିବା ପାଇଁ କ୍ଷର ଏବଂ ଦହି ଖାଇବା ଉଚିତ। କ୍ଷୀର ଏବଂ ଦହିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ, ମିନେରାଲସ ଏବଂ ଭିଟାମିନ ରହିଥାଏ, ଯାହା ଥାଇରଏଡ ସମସ୍ୟା ଦୂର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.