ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି ବୈଠକ, ମୁକାବିଲା ନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କଲେ SRC ପ୍ରଦୀପ ଜେନା

କେନ୍ୟୁଜ୍(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରସ୍ତୁତି ବୈଠକ । ଭିଡିଓ କନଫରେନ୍ସିଂରେ ୧୦ଟି ଜିଲ୍ଲାର ଜିଲ୍ଲାପାଳ, ଏସପି, ଅଗ୍ନିଶମ ବାହିନୀ ଅଧିକାରୀ, ଏଡିଏମ୍‌୍‌ ଓ ଜୁରରିକାଳୀନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଏସଆରସି । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଆଶ୍ରୟ ସ୍ଥଳୀ ଚିହ୍ନଟ, କର୍ମଚାରୀ ନିୟୋଜନ, ତାଲିମ, ଭିତ୍ତିଭୂମି ଓ ଉଦ୍ଧାର କାର୍ଯ୍ୟ ନେଇ ସଜାଗ ରହିବାକୁ କହିଛନ୍ତି ଏସଆରସି । ସମ୍ଭାବ୍ୟ ବାତ୍ୟା ମୁକାବିଲା ବେଳେ କୋଭିଡ୍‌ ଗାଇଡଲାଇନ୍‌ ପାଳନ କରିବାକୁ କୁହାଯାଇଛି ।

ବିପନ୍ନଙ୍କ ଶୁଖିଲା ଓ ରନ୍ଧା ଖାଦ୍ୟ, ଶିଶୁଙ୍କୁ ଖାଦ୍ୟ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ପାଇଁ ପରାମର୍ଶ ଦିଆଯାଇଛି । ବାତ୍ୟା ମୁକାବିଲାରେ ବୃଦ୍ଧ, ଅସୁସ୍ଥ, ଭିନ୍ନକ୍ଷମ ଓ ଅସୁରକ୍ଷିତ ବର୍ଗଙ୍କୁ ଅତିରିକ୍ତ ଭାବରେ ପ୍ରାଥମିକତା ଦେବାକୁ କହିଛନ୍ତି ଏସଆରସି । ତାପୂର୍ବରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଏନଡିଆରଏଫ, ଓଡ୍ରାଫ, ପୋଲିସ ଓ ଅଗ୍ନିଶମ ବାହିନୀ ସହ ସମ୍ଭାବ୍ୟ ବାତ୍ୟା ମୁକାବିଲା ଓ ପରିଚାଳନା ନେଇ ଏସଆରସି ଆଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.