ମୟୂରଭଞ୍ଜ: ମାନସିକ ବିକାରଗ୍ରସ୍ତ ମହିଳାଙ୍କ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ, ଗରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କରଞ୍ଜିଆ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ସାତକୋଶିଆ ଗ୍ରାମପଞ୍ଚାୟତ ଜାମୁନଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।ବୁଧବାର ଅପରାହ୍ନରେ ଘରେ କେହି ନଥିବା ସମୟରେ ଜଣେ ମହିଳା ଦେହରେ କିରୋସିନି ଢାଳି  ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନିଆଁରେ ପୋଡି ହୋଇ ମହିଳାଙ୍କ ଶରୀରର ପ୍ରାୟ ୯୦% ପୋଡ଼ି ଯାଇଥିବା ବେଳେ ମୁର୍ମୁଷ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମହିଳା ଜଣକ ଅବସ୍ଥା ସଂକଟାପନ୍ନ ରହିଛି।

ପରିବାର ଲୋକ କହିବା ଅନୁଯାୟୀ ସିଦିଆ ପ୍ରଧାନଙ୍କର ସ୍ତ୍ରୀ ଚିନୁ ପ୍ରଧାନ (୫୦)ଙ୍କର କିଛିଦିନ ହେବ ମସ୍ତିଷ୍କ ଅସ୍ଥିର ରହୁଥିଲା। ଆଜି ଦିନ ପ୍ରାୟ ୧ଟା  ସମୟରେ ଘରେ କେହି ନଥିବା ବେଳେ ଚିନୁ ଘରେ ଥିବା କିରୋସିନିକୁ ଦେହରେ ଢାଳି ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଜଳୁ ଥିବା ଅବସ୍ଥାରେ ଚିନୁ ଘର ନିକଟରେ ଥିବା ପୋଖରୀ ଆଡକୁ ଦୌଡ଼ି ଯାଉଥିବା ସମୟରେ ରାସ୍ତାରେ ପଡି ଯାଇଥିଲେ।ଗ୍ରାମବାସୀ ମାନେ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କେରି ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.