Below header

ଖରାରୁ ସାମାନ୍ୟ ଆଶ୍ବସ୍ତି : ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏବେ ସାମାନ୍ୟ ଆଶ୍ବସ୍ତି ନେଇ ଆସୁଛି ବର୍ଷା। ଆଗାମୀ ୩ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଓଡ଼ିଶାର ୧୨ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ପଶ୍ଚିମ ଓଡ଼ିଶାର ୨ ଜିଲ୍ଲାରେ କିନ୍ତୁ ପ୍ରବଳ ଗୀଷ୍ମ ପ୍ରବାହ ଜାରି ରହିବ।

ରାଜ୍ୟର ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ କାଳବୈଶାଖୀ ଯୋଗୁ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ଏହି ସମୟରେ ଖୋଲା ସ୍ଥାନକୁ ବାହାରିବାକୁ ବାରଣ କରିଛି ପାଣିପାଗ ବିଭାଗ।

Also Read: ସ୍ନାନ ଯାତ୍ରା ପ୍ରସ୍ତୁତି: ମାର୍କେଟ ଛକରୁ ଆରମ୍ଭ ହେବ ବ୍ୟାରିକେଡ୍‌, ସିସିଟିଭି କ୍ୟାମେରାରେ କଡ଼ା ନଜର ରଖିବ ପୋଲିସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.