ଠିକା କର୍ମଚାରୀଙ୍କ ପାଇଁ ନବୀନ ସରକାରଙ୍କ ଐତିହାସିକ ନିଷ୍ପତ୍ତି, ପ୍ରଥମ ବର୍ଷ ଚାକିରି ପରେ ଦରମାର ୫୦ ପ୍ରତିଶତ ଅଧିକ ଦରମା ପାଇବେ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟ କ୍ୟାବିନେଟରେ ଐତିହାସିକ ନିଷ୍ପତ୍ତି। ଠିକା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପାର୍ବଣ ଭେଟି। କଣ୍ଟ୍ରାକ୍‌ଚ୍ୟୁଆଲ ଏମ୍ପ୍ଲୟି ବଦଳରେ ଏଣିକି ସେମାନଙ୍କୁ ଇନିସିଆଲ ଆପଏଣ୍ଚିଜ୍‌ କୁହାଯିବ । ଏହା ସହ ପ୍ରଥମ ବର୍ଷର ଚାକିରି ପରେ ସେମାନେ ଦରମାର ୫୦ ପ୍ରତିଶତ ଅଧିକ ଦରମା ପାଇବେ। ପୂର୍ବରୁ ଠିକା କର୍ମଚାରୀ ୬ବର୍ଷ କାର୍ଯ୍ୟକାଳ ପୁରା କରି ରେଗୁଲାଲ ହେବା ପରେ ଦରମା ବୃଦ୍ଧି ହେଉଥିଲା। କ୍ୟାବିନେଟ ନିଷ୍ପତ୍ତି ଦ୍ୱାରା ପ୍ରତିବର୍ଷ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ଅଧିକ ବ୍ୟୟ କରିବେ। ସେହିପରି ଏନପିଏସରେ ଆସୁଥିବା ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ମଧ୍ୟ ଖୁସି ଖବର ।

ଏନପିଏସରେ ରାଜ୍ୟ ସରକାର ଭାଗଦାରୀ ୧୦ ପ୍ରତିଶତରୁ ୧୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ପିଛିଲା ଭାବେ ୨୦୧୯ ଏପ୍ରିଲ ୧ରୁ ଏହା ଲାଗୁହେବ। ରାଜ୍ୟ ସରକାର ଏଥିପାଇଁ ବର୍ଷକୁ ୩୮୦ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ। ୨୦୧୯ ଏପ୍ରିଲ ୧ରୁ ଏହାକୁ ଲାଗୁ କରିବା ଦ୍ୱାରା ପ୍ରାୟ ୭୭୨ କୋଟି ଟଙ୍କା ବକେୟା ଅର୍ଥ ପ୍ରଦାନ କରିବେ। ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୨ଲକ୍ଷ୮ହଜାର କର୍ମଚାରୀ ଉପକୃତ ହେବେ। ଚାକିରୀ ସମୟରେ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ ଫାମିଲି ପେନ୍‌ସନ ଦେବାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛି। ରାଜ୍ୟ ସରକାରଙ୍କ ଏନପିଏସ ବୃଦ୍ଧି ସମସ୍ତ ଗ୍ରୁପ ବି, ସି, ଠିକା କର୍ମଚାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କ ପାଇଁ ଲାଗୁ ହେବ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.