ଷ୍ଟେଟ୍‌ ଫରେନ୍‌ସିକ୍‌ ରିପୋର୍ଟ ଖୋଲିବ ଅର୍ଚ୍ଚନାଙ୍କ ହନିଟ୍ରାପ୍‌ ଗୁମର, ଇଡିକୁ ମିଳିଛି ମୋବାଇଲ୍‌ ତଥ୍ୟ

ଭୁବନେଶ୍ୱର(କେନ୍ୟୁଜ୍): ଷ୍ଟେଟ୍‌ ଫରେନ୍‌ସିକ୍‌ ରିପୋର୍ଟ ଖୋଲିବ ଅର୍ଚ୍ଚନାଙ୍କ ହନିଟ୍ରାପ୍‌ ଗୁମର । ଇଡିକୁ ମିଳିଛି ଅର୍ଚ୍ଚନା ନାଗର ମୋବାଇଲ୍‌ ତଥ୍ୟ । SFSLର ଦ୍ୱିତୀୟ ପର୍ଯ୍ୟାୟ ରିପୋର୍ଟରେ ରହିଛି ସମସ୍ତ ତଥ୍ୟ । ହାର୍ଡଡିସ୍କରେ କ’ଣ ତଥ୍ୟ ରହିଛି? କ’ଣ ସବୁ ସିସିଟିଭିରେ କଏଦ ହୋଇଛି? କେଉଁ ବଡ଼ ବଡ଼ିଆ ମାନେ ଅର୍ଚ୍ଚନାଙ୍କ ଘରକୁ ଯାଉଥିଲେ? କିଏ କିଏ ନିୟମିତ ଯାଉଥିଲେ? ହାର୍ଡ ଡିସ୍କରେ ଏହିସବୁ ତଥ୍ୟ ରହିଥିବା ସୂଚନା ମିଳିଛି ।

ଇଡି ଏହାକୁ ଯାଞ୍ଚ କରୁଛି । ମୋବାଇଲ୍‌ରେ କେଉଁ ବଡ଼ବଡ଼ିଆଙ୍କ ସହ ଲିଙ୍କ, ଗୁରୁତ୍ୱପୂର୍ଣ୍ଣ ଟ୍ରାଞ୍ଜାକସନ୍‌, ଭିଡିଓ ଚାଟ୍‌ ନେଇ ଖୋଳତାଡ଼ କରୁଛି ଇଡି । SFSL ତଥ୍ୟକୁ ଆନାଲିସିସ୍‌ କରି ଇଡି ଅର୍ଚ୍ଚନା-ଜଗବନ୍ଧୁଙ୍କୁ ଜେଲ୍‌ରେ ମୁହାଁମୁହିଁ ପଚରାଉଚରା କରିବ ବୋଲି ସୂଚନା ମିଳିଛି । ନୂଆପଲ୍ଲୀ ଥାନାର ଚାର୍ଜସିଟ୍‌ ଇଡି ମାଗିଥିଲେ ମଧ୍ୟ ଏଯାଏ ମିଳିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.