ବର୍ତ୍ତମାନ ସୁଦ୍ଧା ୬୨ କେଜି ବ୍ରାଉନ ସୁଗାର ଓ ୧୭୦ ଟନ ଗଞ୍ଜେଇ ନଷ୍ଟ କରାଯାଇଛି: ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

ଅନେକ ପୂର୍ବରୁ ଜବତ ହୋଇଥିବା ୨୩ କ୍ଵିଣ୍ଟାଲ ଗଞ୍ଜେଇ ନଷ୍ଟ କରାଯାଇଛି। ତେବେ ୪୦୬ କ୍ଵିଣ୍ଟାଲ ଗଞ୍ଜେଇ, ୧୬ କେଜି ବ୍ରାଉନ ସୁଗାର ନଷ୍ଟ ପାଇଁ ପ୍ରକ୍ରିୟା ଚାଲିଛି ବୋଲି ଏହି ରିପୋର୍ଟ ଉଲ୍ଲେଖ କରାଯାଇଛି।

କଟକ(କେନ୍ୟୁଜ୍): ଜବତ ଡ୍ରଗ୍ସ ମାମଲାରେ ଓଡିଶା ହାଇକୋର୍ଟରେ ଶୁଣାଣି ହୋଇଥିବା ବେଳେ ସରକାରଙ୍କ ତରଫରୁ ସତ୍ୟପାଠ ମାଧ୍ୟମରେ ରିପୋର୍ଟ ଦାଖଲ ହୋଇଛି। ଏସଟିଏଫ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ମାମଲାର ଟ୍ରାଏଲ ପୂର୍ବରୁ ବର୍ତମାନ ସୁଦ୍ଧା ୬୨ କେଜି ବ୍ରାଉନ ସୁଗାର, ୧୭୦ ଟନ ଗଞ୍ଜେଇ ନଷ୍ଟ ହୋଇଥିବା ଦର୍ଶାଯାଇଛି।

ସେହିପରି ଟ୍ରାଏଲ ପରେ ୧୯ କ୍ଵିଣ୍ଟାଲ ଗଞ୍ଜେଇ ନଷ୍ଟ କରାଯାଇଛି। ସେହିପରି ୯୪ କେଜି ଗଞ୍ଜେଇ ପତ୍ର ନଷ୍ଟ କରାଯାଇଛି। ଅନେକ ପୂର୍ବରୁ ଜବତ ହୋଇଥିବା ୨୩ କ୍ଵିଣ୍ଟାଲ ଗଞ୍ଜେଇ ନଷ୍ଟ କରାଯାଇଛି। ତେବେ ୪୦୬ କ୍ଵିଣ୍ଟାଲ ଗଞ୍ଜେଇ, ୧୬ କେଜି ବ୍ରାଉନ ସୁଗାର ନଷ୍ଟ ପାଇଁ ପ୍ରକ୍ରିୟା ଚାଲିଛି ବୋଲି ଏହି ରିପୋର୍ଟ ଉଲ୍ଲେଖ କରାଯାଇଛି। ଏହି ପ୍ରସଙ୍ଗରେ ସାନି ଷ୍ଟାଟସ ରିପୋର୍ଟ ପରବର୍ତ୍ତୀ ଶୁଣାଣି ସମୟରେ ଦାଖଲ ପାଇଁ ସରକାରଙ୍କୁ ହାଇ‌କାର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏଜିଏ ଜନ୍ମେଜୟ କଟକିଆ ମାମଲା ପରିଚାଳନା କରୁଛନ୍ତି। ୨୦୨୨, ଜାନୁଆରି ୩୧ରେ ହାଇକୋର୍ଟ ଜବତ ଡ୍ରଗ୍ସ କିଭଳି ଭାବେ ନଷ୍ଟ କରାଯିବ ସେ ନେଇ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ରାୟ ଆଧାରରେ କିଭଳି ଭାବେ ଜବତ ଡ୍ରଗ୍ସ ଅଦାଲତଙ୍କ ଅନୁମତି ନିଆଯାଇ ନଷ୍ଟ କରାଯାଉଛି ସେ ନେଇ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୦ତାରିଖକୁ ଧାର୍ଯ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.