Below header

ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଓଡିଶା ଫୁଡ଼ ପ୍ରୋ ୨୦୨୨: SHG ଗୁଡ଼ିକୁ ଛୋଟ ଛୋଟ ଉଦ୍ୟୋଗରେ ପରିଣତ କରିବା ଲକ୍ଷ୍ୟ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟର SHGଗୁଡ଼ିକୁ ଛୋଟ ଛୋଟ ଉଦ୍ୟୋଗରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଓଡିଶା ଫୁଡ଼ ପ୍ରୋ ୨୦୨୨। ଆସନ୍ତା ୨୧ ତାରିଖରେ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜନ ହେବ ଏହି ଖାଦ୍ୟ ପ୍ରକ୍ରିୟାକରଣ ନିବେଶକ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ।

ଓଡ଼ିଶା ଫୁଡ଼ ପ୍ରୋରେ ରାଜ୍ୟ ଭିତରର ୧୦୦ରୁ ଅଧିକ ଶିଳ୍ପପତି ସମେତ ITC, ରିଲାଏନ୍ସ, ବିଗ ବାସ୍କେଟ ଭଳି ବହୁ ବଡ଼ କମ୍ପାନି ଅଂଶଗ୍ରହଣ କରିବେ । ଓଡ଼ିଶା ଫୁଡ଼ ପ୍ରୋ ୨୦୨୨କୁ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ୟୁଟ୍ୟୁବ, ଫେସବୁକ ଓ ଟ୍ୱିଟର ଭଳି ସୋସିଆଲ ମିଡିଆ ଆକାଉଣ୍ଟ ଖୋଲାଯାଇଛି । ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ ଦିଗରେ ଥିବା ସୁଯୋଗ, ଭିତ୍ତିଭୂମି, ବଜାର ବ୍ୟବସ୍ଥା, ବ୍ରାଣ୍ଡିଂ ଆଦି କ୍ଷେତ୍ରରେ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ। ଆଜି ଏନେଇ ଆୟୋଜିତ କର୍ଟନ ରେଜର କାର୍ଯ୍ୟକ୍ରମରେ ଏହି ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.