‘ମୁଁ ଦେଖିଛି ମୋର ମୃତ ଶରୀର’, ଏମିତି କହିଲେ ମରଣ ମୁହଁରୁ ଫେରିଥିବା ଜଣେ ବ୍ୟକ୍ତି

ମୃତ୍ୟୁ ପରେ କେମିତି ଲାଗିଥାଏ, ଏହା ଏକ ଅଜବ ପ୍ରଶ୍ନ । ଏହି ପ୍ରଶ୍ନର ଉତ୍ତର ଯେ କେହି ଜାଣିବାକୁ ଚାହିଁବେ । ଏମିତି କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି ମୃତ୍ୟୁ ମୁଖରୁ ଫେରି ଆସିଥିବା କିଛି ବ୍ୟକ୍ତି । ସେମାନେ ମେଡିକାଲି ଭାବେ ମୃତ ଘୋଷଣା ହେବା ପରେ ପୁଣି ବଞ୍ଚି ଉଠିଥିଲେ । ଯେଉଁଥିପାଇଁ ସେମାନେ ମୃତ୍ୟୁ ପରର କିଛି ରହସ୍ୟକୁ ଉନ୍ମୋଚନ କରିପାରିଛନ୍ତି । ମୃତ୍ୟୁ ପରେ କ’ଣ ହୁଏ ତାଙ୍କର ଅନୁଭୂତି ପ୍ରକାଶ କରିଛନ୍ତି । ଆସନ୍ତୁ ଜାଣିବା କ’ଣ କହୁଛନ୍ତି ସେମାନେ ।

ଯେତେବେଳେ ଆମେ ମରିଯାଉ ଆମ ସହ କ’ଣ ହୁଏ ଏହାକୁ ଜାଣିବା ପାଇଁ ବହୁ ଗବେଷକ ଓ ବୈଜ୍ଞାନିକ ବର୍ଷ ବର୍ଷ ଧରି ଅନୁସନ୍ଧାନ ଚଳାଇଛନ୍ତି । ତେବେ Independent.co.uk ଅନୁଯାୟୀ କିଛି ଦିନ ପୂର୍ବରୁ ରେଡିଟ ଥ୍ରେଡ ଏହି ପ୍ରଶ୍ନର ଉତ୍ତର ପାଇଥିଲେ ଏମିତି କିଛି ଲୋକଙ୍କ ଠାରୁ ଯେଉଁମାନେ ମେଡିକାଲି ମୃତ୍ୟୁ ହେବା ପରେ ପୁଣି ଥରେ ଜୀବନ ପାଇଥିଲେ ।

ଏହି ଲୋକଙ୍କୁ ୩ ଭାଗରେ ବଣ୍ଟା ଯାଇଥିଲା । ପ୍ରଥମ ବ୍ୟକ୍ତି ଯାହାଙ୍କୁ କିଛି ଅନୁଭବ ହୋଇନଥିଲା । ଦ୍ୱ ିତୀୟ ବ୍ୟକ୍ତି ଯିଏ ମରିବା ପରେ ଅନ୍ୟ ସହ କଥା ହେଉଥିଲେ । ତୃତୀୟ ବ୍ୟକ୍ତି ଯିଏ କେବଳ ଉଜ୍ଜଳ ଆଲୋକ ଦେଖୁଥିଲେ ।

ୟୁକେ ମେଡିସିନର ଆସୋସିଏଟ ପ୍ରଫେସର ସେମ ପାରନିୟା ହାର୍ଟ ଆଟାକ ହୋଇଥିବା ରୋଗୀଙ୍କ ବିଷୟରେ ଅନୁସନ୍ଧାନ ଚଳାଇଥିଲେ । ଯେଉଁଥିରେ ସେ ଜାଣିବାକୁ ପାଇଥିଲେ ଯେ ୪୦ ପ୍ରତିଶତ ରୋଗୀ ମେଡିକାଲ ଭାବେ ମରିବା ପରେ କିଛି କିଛି ଅନୁଭବ କରିଥିଲେ । ଏ କଥା ଆଶ୍ଚର୍ଯ୍ୟ ଲାଗିପାରେ, ହେଲେ ମରଣ ମୁହଁରୁ ଫେରିଆସିଥିବା ବ୍ୟକ୍ତିଙ୍କ ଅନୁଭୂତି ଥିଲା ଏମିତି ।

ଆଖି ସାମନାରେ କେବଳ ଥିଲା ଅନ୍ଧାର :

ଜଣେ ରୋଗୀ କହିଥିଲେ ଯେ ମୋର ହାର୍ଟ ଅପରେସନ ଚାଲିଥିବା ବେଳେ ଧିରେ ଧିରେ ମେସିନ ଶବ୍ଦ ବନ୍ଦ ହୋଇଯାଇଥିଲା । କିଚି ସମୟ ପାଇଁ ମୁଁ କିଛି ଜାଣିନଥିଲି । ମୋ ଆଖି ସାମ୍ନାରେ କେବଳ ସବୁ କିଛି ଅନ୍ଧାର ଥିଲା । ଏହାପରେ କେବଳ ଏତିକି ମନେ ଥିଲା ଯେ ଡାକ୍ତର କହୁଥିବାର ଶୁଣିଥିଲି ଯେ ଆମେ ତାଙ୍କୁ ବଞ୍ଚାଇ ଦେଲୁ ।

death
photo credit : debatewise

ଏକ ଗଭୀର ଗାତ ଭିତରକୁ ଖସୁଥିଲି :

ଜଣେ ଅନ୍ୟ ବ୍ୟକ୍ତି କହିଥିଲେ ଯେ ମୁଁ ଥରେ କ୍ଲାସରେ ପଡ଼ିଯାଇଥିଲି । ମୋର ଶ୍ୱାସ ବନ୍ଦ ହୋଇଯାଇଥିଲା ଓ ମୋ ବ୍ଲଡ ସର୍କୁଲେସନ ବନ୍ଦ ହୋଇଯାଇଥିଲା । ମୋତେ ଏମିତି ଲାଗୁଥିଲା ଯେ ମୁଁ ଯେପରି ଏକ ଗଭୀର ଗାତ ମଧ୍ୟକୁ ଖସୁଥିଲି ଓ ମୋର ସାଙ୍ଗମାନେ କାନ୍ଦୁଥିଲେ । ମୋର ଚେତା ଆସିଲା ବେଳକୁ ମୁଁ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲି । ତା’ ପରେ ମୋର ଆଉ କିଛି ମନେ ନାହିଁ । ମୁଁ ଯେପରି ଏକ ସ୍ୱପ୍ନ ଦେଖିବା ପରି ଲାଗୁଥିଲା ।

death
photo credit : newscientist

ଆଲୋକର ଦ୍ୱାର ଆଗରେ ଠିଆ ହୋଇଥିଲି :

ଅନ୍ୟ ଜଣେ ବ୍ୟକ୍ତି କହିଥିଲେ ଯେ ୨୦୧୪ ରେ ମୁଁ ଏକ ମିଟିଂରେ ଥିବା ବେଳେ ପଡ଼ିଯାଇଥିଲି । କିଛି ମିନିଟ ଯାଏ ମୋର ହାର୍ଟ ବନ୍ଦ ହୋଇଯାଇଥିଲା । ମୋର ଶେଷ ମେମୋରି ପଡିବାର ୧ ଘଣ୍ଟା ପୂର୍ବରୁ ଥିଲା ଓ ତା ପରର ମେମୋରି ଦୁଇ ଦିନ ପରେ ଥିଲା । ଅର୍ଥାତ ମୋର ପଡ଼ିବାର ଦୁଇ ଦିନ ପର୍ଯ୍ୟନ୍ତ ମୁଁ ସବୁକିଛି ଭୁଲିଯାଇଥିଲି । ଅର୍ଥାତ ମୁଁ କୋମାକୁ ଚାଲିଯାଇଥିଲି । ଏହି ସମୟରେ ମୋର ଅନୁଭୂତି ବଡ ଅଦଭୁତ ଥିଲା । ମୋତେ ଆମ୍ଭୁଲାନ୍ସରେ ନେଉଥିଲେ ।

ମୁଁ ମୋର ଡେଡ ବଡିକୁ ଆମ୍ବୁଲାନ୍ସରେ ଦେଖୁଥିଲି । ଏହାପରେ ମୋ ସାମନାରେ ଉଜ୍ଜଳ ଆଲୋକର ଏକ ବଡ଼ ଦ୍ୱାର ଥିଲା । ମୁଁ ଯୁଆଡେ ଚାହୁଁଥିଲି ମୋତେ ଖାଲି ଆଲୋକ ଦେଖାଯାଉଥିଲା । ଏହାପରେ ମୋର କିଛି ମନେ ନାହିଁ । ପରେ ମୁଁ ନିଜକୁ ହସପିଟାଲରେ ପାଇଥିଲି । ମୋର ହୋସ ଆସିବା ପରେ ମୋ ମା’ କହିଥିଲେ ଯେ ମୁଁ କୁଆଡେ ମରିସାରିଥିବା ଡାକ୍ତର ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.