ଦାବି ପୂରଣ ନହେବା ଯାଏ ଧାରଣାରେ ବସିବେ ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ

ସ୍ଥାୟୀ ନିଯୁକ୍ତି ସହ ବିଭିନ୍ନ ଦାବି ନେଇ ଦୁଇ ଦିନ ହେଲା ଧାରଣାରେ ବସିଛନ୍ତି ଏହି ଆଉଟ୍ ସୋର୍ସିଂ କର୍ମଚାରୀମାନେ । ରାଜ୍ୟରେ ଥିବା ବିଭିନ୍ନ ବିଭାଗର କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ୱର ଲୋୟର ପିଏମଜିରେ ଓଡ଼ିଶା ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘର ଅନିର୍ଦ୍ଦିଷ୍ଟ କାଳ ଲାଗି ଧାରଣା । ସ୍ଥାୟୀ ନିଯୁକ୍ତି ସହ ବିଭିନ୍ନ ଦାବି ନେଇ ଦୁଇ ଦିନ ହେଲା ଧାରଣାରେ ବସିଛନ୍ତି ଏହି ଆଉଟ୍ ସୋର୍ସିଂ କର୍ମଚାରୀମାନେ । ରାଜ୍ୟରେ ଥିବା ବିଭିନ୍ନ ବିଭାଗର କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି ।
ସମାନ କାମକୁ ସମାନ ଦରମା ମିଳୁନି ଏବଂ ଚାକିରିରୁ ଛଟେଇ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସ୍ଥାୟୀ ନିଯୁକ୍ତି ସହିତ ସମାନ କାମକୁ ସମାନ ଦରମା ଦେବା ପାଇଁ ସେମାନେ ଦାବି କରିଛନ୍ତି । ଓଡ଼ିଶା ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ କୁହାଯାଇଛି କି ରାଜ୍ୟ ସରକାରଙ୍କୁ ଆମେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇ ଆମର ଦାବି ଜଣାଉଛୁ । ଦାବି ପୂରଣ ନହେଲା ଯାଏ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଏମିତି ଧାରଣାରେ ବସି ରହିବୁ ।

out sourcing-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.