ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ, ବଢ଼ିଲା ନର୍ସିଂ, ଫାର୍ମାସି ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ

ନର୍ସିଂ, ଫାର୍ମାସି ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବଢ଼ିଲା । ଏହି ଷ୍ଟାଇପେଣ୍ଡ ଅଭିବୃଦ୍ଧି ଛାତ୍ରଛାତ୍ରୀଙ୍କୁ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ଭୁବନେଶ୍ବର (କେନ୍ୟୁଜ) : ନର୍ସିଂ, ଫାର୍ମାସି ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବଢ଼ିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ।  ଏହି ଷ୍ଟାଇପେଣ୍ଡ ଅଭିବୃଦ୍ଧି ଛାତ୍ରଛାତ୍ରୀଙ୍କୁ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଏହା ଦ୍ୱାରା ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ଡି.ଫାର୍ମା- ୫୦୦ ଟଙ୍କା ଏଏନଏମ- ୨୦୦୦ ଟଙ୍କା, ବିଏସସି (ଏନ୍) ଇଣ୍ଟର୍ନସିପ୍ ପାଇଁ ୫୦୦୦ ଟଙ୍କା, କ୍ଲିନିକାଲ ସାଇକୋଲୋଜି (ଏମଫିଲ୍) – ୧୦,୦୦୦ ଟଙ୍କା, ସାଇକାଟ୍ରିକ୍ ସୋସିଆଲ ୱାର୍କ (ଏମ୍.ଫିଲ୍) – ୧୦,୦୦୦ ଟଙ୍କା ପାଇବେ ।

ଉପରୋକ୍ତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ପୂର୍ବରୁ ଡି.ଫାର୍ମା ପାଇଁ ମାସିକ ୨୫୦/- ଟଙ୍କା, ଏଏନଏମ ପାଇଁ ୧୦୦୦/- ଟଙ୍କା, ବିଏସସି(ଏନ) ଇଣ୍ଟର୍ନସିପ୍ ପାଇଁ ୨୫୦୦/- ଟଙ୍କା, କ୍ଲିନିକାଲ ସାଇକୋଲୋଜିରେ ଏମ ଫିଲ୍ ପାଇଁ ୭୦୦୦/- ଟଙ୍କା ଏବଂ ମାନସିକ ସାମାଜିକ କାର୍ଯ୍ୟରେ ଏମଫିଲ୍ ପାଇଁ ୭୦୦୦/- ଟଙ୍କା ହିସାବରେ ଷ୍ଟାଇପେଣ୍ଡ ରାଶି ପ୍ରଦାନ କରାଯାଉଥିଲା ।

ନିକଟରେ ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ MKcG ମେଡିକାଲ ଗସ୍ତ ବେଳେ ଷ୍ଟାଇପେଣ୍ଡ ବୃଦ୍ଧି ପାଇ ତାଙ୍କୁ ଅନୁରୋଧ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.