୩ଟି ଲଘୁଚାପ ସତ୍ତ୍ୱେ ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ : ଜୁନ୍‌ର ଅଭାବୀ ବର୍ଷା ଜୁଲାଇରେ ବି କରିପାରିଲାନି ଭରଣା

ଭୁବନେଶ୍ବର(କେନ୍ଯୁଜ୍): ଜୁନ୍‌ର ଅଭାବୀ ବର୍ଷା ଜୁଲାଇରେ ବି ଭରଣା କରିପାରିଲାନି । ମୌସୁମି ସାଙ୍ଗକୁ ୩ଟି ଲଘୁଚାପ ବର୍ଷା ସତ୍ତ୍ୱେ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇନି । ଜୁନ୍‌ ୧ରୁ ଜୁଲାଇ ୨୯ ମଧ୍ୟରେ ଓଡ଼ିଶାରେ ମୋଟ ୪୪୭ ମିଲିମିଟର ବର୍ଷା ହୋଇଛି । ସ୍ୱାଭାବିକ ଭାବେ ଏହି ସମୟରେ ରାଜ୍ୟରେ ୫୩୮ ମିଲିମିଟର ବର୍ଷା ହୋଇଥାଏ ।

ପ୍ରତିଶତରେ ହିସାବକୁ ନେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଲଘୁଚାପ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାର ମଧ୍ୟ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ଜିଲ୍ଲାର ହାଲୁକାର ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଜି ସୁନ୍ଦରଗଡ଼ଳ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଓ ନୂଆପଡ଼ା ଆଦି ଜିଲ୍ଲାରେ ଗୋଟିଏ କି ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.