କଟକ : କୋଭିଡ୍‌ ମୃତକଙ୍କ ପାଇଁ ସହରଠୁ ଦୂରରେ ଭିନ୍ନ ଶ୍ମଶାନ କରିବାକୁ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍‌) : କୋଭିଡ୍‌ ମୃତକଙ୍କ ଶବ ସତ୍କାର ପାଇଁ ସବୁଠି ଅସୁବିଧା ସୃଷ୍ଟି ହୋଇଛି । ଅଧିକାଂଶ ସ୍ଥାନରେ ଏହାକୁ ନେଇ ଲୋକେ ବାରଣ କରୁଥିବାର ଖବର ମଧ୍ୟ ମିଳୁଛି । ଏହାକୁ ଦୃଷ୍ଟିରେ ରଖି କଟକ ସହରରେ କୋଭିଡ୍‌ ମୃତକଙ୍କ ଶବ ସତ୍କାର ପାଇଁ ସହରଠୁ ଦୂରରେ ଏକ ଶ୍ମଶାନ କରିବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଯୁବକ ଓ କୋମଳମତିଙ୍କ ଉପରେ ଯେପରି ନକରାତ୍ମକ ପ୍ରଭାବ ନପକାଇବ ସେଥିପାଇଁ ସତୀ ଚୈାରା ରାସ୍ତା ପଟକୁ ଖୋଲା ଥିବା ଅଂଶକୁ ଆବଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା କଟକ ମହାନଗରରେ ଥିବା ସମସ୍ତ ଶ୍ମଶାନରେ ଆଲୋକ ବ୍ୟବସ୍ଥା କରିବା ସହ ପର୍ଯ୍ୟାପ୍ତ କାଠ ବ୍ୟବସ୍ଥା କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।

ଖାନ୍‌ ନଗର ଶ୍ମଶାନକୁ ଲାଗି ରହିଥିବା ପ୍ରବେଶ ପଥ ବନ୍ଦ କରି ଏହାର ପ୍ରବେଶ ପଥ ଭିନ୍ନ ଦିଗରେ କରିବାକୁ କମିଶନ କହିଛନ୍ତି । ଶ୍ମଶାନଗୁଡିକୁ ପ୍ରତି ଦିନ ସଫା କରିବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଦୀପ ପଟ୍ଟନାୟକ ଏନେଇ ମାନବାଧିକାର କମିଶନଙ୍କ ନିକଟରେ ଏକ ମାମଲା ଆଗତ କରିଥିଲେ ।

ମାମଲାର ଶୁଣାଣି କରି କଟକ ଜିଲ୍ଲାପାଳ ଓ କଟକ ମହାନଗର ନିଗମ କମିଶନରଙ୍କୁ ଏହ ନିର୍ଦ୍ଦେଶ ଦେଇଛନ୍ତି ମାନବିକ ଅଧିକାର କମିଶନଙ୍କ ଅଧ୍ୟକ୍ଷ ଜଷ୍ଟିସ ବିମଳ ପ୍ରସାଦ ଦାସ ଓ ସଦସ୍ୟ ଅସୀମ ଅମିତାଭ ଦାଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.