Below header

ଏହି ବ୍ୟକ୍ତି ଝଡ଼କୁ ଦେଖି ନିଜ ଘରକୁ ନେଇଆସିଲେ ରାସ୍ତାରେ ବୁଲୁଥିବା ସମସ୍ତ ପଶୁଙ୍କୁ, ଦେଖନ୍ତୁ କିପରି ତାଙ୍କ ଘରେ ରହୁଛନ୍ତି ୩୦୦ରୁ ଅଧିକ ବୁଲା କୁକୁର 

2020 ବର୍ଷ ସମସ୍ତଙ୍କ ପାଇଁ ଏକ ଅଶୁଭ ବର୍ଷ ପାଲଟି ଯାଇଛି । କେଉଁଠି ବନ୍ୟା ତ କେଉଁଠି ତୁଫାନ ଆଉ କେଉଁଠି ବିସ୍ଫୋରଣ । କରୋନାର ତ ଆଉ ଏକ ଅଲଗା ପ୍ରକାର ପ୍ରଭାବ ରହିଛି । ଆଜିକାଲି ଆମେରିକାରେ Hurricane Delta ନାମକ ଏକ ଝଡ଼ ସୃଷ୍ଟି ହୋଇଛି ଯାହାକି 160 କିମି ପ୍ରତି ଘଣ୍ଟାରେ ଅତିକ୍ରମ କରି ଘର, ବିଜୁଳି ଏବଂ ବିରାଟ ବିରାଟ ଗଛକୁ ଉପାଡି ପକାଇଛି । ତେବେ ଏହା ମଧ୍ୟରେ ଜଣେ ବ୍ୟକ୍ତି ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ବ୍ୟକ୍ତିଙ୍କ ନାମ ହେଉଛି Ricardo Pimentel ଯିଏକି ମେକ୍ସିକୋର ଆନିମଲ ରାଇଟ୍ସ ଏକ୍ଟିଭିଷ୍ଟ । ତେବେ ଏହି ଭୟଙ୍କର ଝଡ଼ ସମୟରେ ସେ ରାସ୍ତାରେ ବୁଲୁଥିବା ଅନେକ ପଶୁଙ୍କୁ ନିଜ ଘରେ ସ୍ଥାନ ଦେଇଛନ୍ତି ।

ସୂଚନା ଅନୁଯାୟୀ Ricardo ଯେତେବେଳେ ଏହି ଝଡ଼ ବିଷୟରେ ଶୁଣିଥିଲେ ସେ ପ୍ରଥମେ ସମସ୍ତ ରାସ୍ତାରେ ବୁଲୁଥିବା ପଶୁ ମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ବନାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ସୁରକ୍ଷିତ ସ୍ଥାନ ତ ମିଳିଗଲା କିନ୍ତୁ ଜାଗା କମ ପଡିଗଲା । ତେବେ ଏହାପରେ ସେ 300ରୁ ଅଧିକ ପଶୁଙ୍କ ପାଇଁ ନିଜ ଘରର ଦୁଆର ଖୋଲିଦେଇଥିଲେ । ଆଉ ତାପରେ ତାଙ୍କ ଘର ପୁରା କୁକୁରମୟ ହୋଇଯାଇଥିଲା ଯାହାକୁ ନେଇ ସେ ଫେସବୁକରେ ଏକ ପୋଷ୍ଟ ମଧ୍ୟ କରିଥିଲେ ।

ସେ କହିଥିଲେ ଯେ ଏହିଭଳି ବିପଦ ସମୟରେ ସେ ନା କେବଳ କୁକୁରଙ୍କୁ ବରଂ କୁକୁଡ଼ା, ଠେକୁଆ, ବିଲେଇ, ଗାଈ, ମଇଁଷି, ଛେଳି, ଗଧ, ଘୋଡା, ଘୁଷୁରୀ ଇତ୍ୟାଦି ପଶୁଙ୍କୁ ସ୍ଥାନ ଦେଇଥିଲେ । ତେବେ ଏହି ଝଡ ପଶୁପକ୍ଷୀ ମାନଙ୍କୁ ଅନେକ କ୍ଷତି ପହଂଚାଇଥିଲା । ସେ ଲୋକଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ ମଧ୍ୟ କରିଥିଲେ । ତେବେ Ricardoଙ୍କର ଏହି କାମକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.