ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ: ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ରଘୁବର ଦାସ

୭୫ ତମ ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ବର ମହାତ୍ମା ଗାନ୍ଧି ମାର୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ରାଜ୍ୟପାଳ ରଘୁବର ଦାସ ଚିତ୍ତାକର୍ଷକ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ୭୫ ତମ ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ବର ମହାତ୍ମା ଗାନ୍ଧି ମାର୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ରାଜ୍ୟପାଳ ରଘୁବର ଦାସ ଚିତ୍ତାକର୍ଷକ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ।

ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଡିସିପି ଙ୍କ ନେତୃତ୍ୱରେ ୬ ଜଣ ଅତିରିକ୍ତ ଡିସିପି, ୧୪ଏସିପି, ୨୮ ଜଣ ଆଇଆଇସି ସୁରକ୍ଷା ଦାୟିତ୍ୱ ରେ ରହିଛନ୍ତି । ମାଓ ଅଧୁଷିତ ଜିଲ୍ଲା ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି କରାଯାଇଛି। ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ କଟକଣା କରାଯାଇଛି । ପରେଡ ସ୍ଥଳକୁ ଛୁଉଁଥିବା ସବୁ ରାସ୍ତା ବନ୍ଦ ରହିଛି ।

 

Leave A Reply

Your email address will not be published.