Below header

ମଞ୍ଚେଶ୍ୱର ସ୍ଥିତ ୱାର୍ଲ୍ଡ ସ୍କିଲ୍‌ ସେଣ୍ଟରରେ ଆୟୋଜିତ ହେଲା ରାଜ୍ୟସ୍ତରୀୟ ଓଡ଼ିଶା ସ୍କିଲ୍ସ ପ୍ରତିଯୋଗିତା

କେନ୍ୟୁଜ୍(ବ୍ୟୁରୋ):ମଞ୍ଚେଶ୍ୱର ସ୍ଥିତ ୱାର୍ଲ୍ଡ ସ୍କିଲ୍‌ ସେଣ୍ଟରରେ ରାଜ୍ୟସ୍ତରୀୟ ଓଡ଼ିଶା ସ୍କିଲ୍ସ ପ୍ରତିଯୋଗିତାର ଉଦ୍‌ଯାପନୀ ସମାରୋହ ଆୟୋଜିତ ହୋଇଛି । ଏଥିରେ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ସ୍କିଲ୍‌ ଯୁବଗୋଷ୍ଠୀଙ୍କ ପ୍ରତିଭାକୁ ବୃଦ୍ଧି କରିଛି ।

skilled center

ବିଶ୍ୱରେ ଶ୍ରେଷ୍ଠ ହେବା ପାଇଁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବା ଏହା ପ୍ରକୃଷ୍ଟ ମଞ୍ଚ । ଆଗାମୀ ୪୬ ତମ ସଂଘାଇ ୱାର୍ଲ୍ଡ ସ୍କିଲ ପ୍ରତିଯୋଗିତାରେ ଓଡ଼ିଶା ମିଶନ ୨-୩-୪ ଅର୍ଥାତ ଦୁଇଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ହାସଲ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୪୧ଟି ସ୍କିଲ ନିମନ୍ତେ ଆଇଟିଆଇ, ପଲିଟେକ୍‌ନିକ୍‌, ଇଞ୍ଜିନିୟରିଂ କଲେଜ୍‌, ହୋଟେଲ ମ୍ୟାନେଜମେଣ୍ଟ ଅନୁଷ୍ଠାନ ଓ ବିଭିନ୍ନ ସ୍କୁଲ ପ୍ରତିଷ୍ଠାନର ୩୯୭ ଜଣ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.