ନାଟ୍ୟକାର ଅନନ୍ତ ମହାପାତ୍ର ଓ ନୃତ୍ୟଶିଳ୍ପୀ କୁମ୍‌କୁମ୍‌ ମହାନ୍ତି ପାଇବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ,

କେନ୍ୟୁଜ୍(ବ୍ୟୁରୋ):  ଘୋଷଣା ହୋଇଛି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର । ୨୦୧୯ ଓ ୨୦୨୦ ବର୍ଷ ପାଇଁ ନୃତ୍ୟ, ସଙ୍ଗୀତ ଓ ନାଟ୍ୟକଳା କ୍ଷେତ୍ରରେ କଳା ସାଧକଙ୍କୁ ଆଜୀବନ ସାଧନା ପାଇଁ ଏକାଡେମୀର ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଘୋଷଣା କରାଯାଇଛି । ୨୦୧୯ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇବେ ନାଟ୍ୟକାର ଅନନ୍ତ ମହାପାତ୍ର। ଅଭିନୟ ଓ ନିର୍ଦ୍ଦେଶନା ପାଇଁ ତାଙ୍କୁ ମନୋନୀତ କରାଯାଇଛି ।

ସେହିଭଳି ୨୦୨୦ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇବେ ଓଡ଼ିଶୀ ନୃତ୍ୟଶିଳ୍ପୀ କୁମ୍‌କୁମ୍‌ ମହାନ୍ତି । ସମ୍ମାନ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ୨୦୧୯ ଏକାଡେମୀ ପୁରସ୍କାର ପାଇଁ ବିଭିନ୍ନ କାଟାଗୋରୀରେ ୧୫ ଜଣ କଳାକାରଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସେହିପରି ୨୦୨୦ ଏକାଡେମୀ ପୁରସ୍କାର ପାଇଁ ବିଭିନ୍ନ କାଟାଗୋରୀରେ ୧୫ ଜଣଙ୍କ ନାଁକୁ ମନୋନୀତ କରାଯାଇଛି । ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପରିସରରେ ଆଜି ଏକାଡେମୀ ସମ୍ମାନ ଘୋଷଣା କରିଛନ୍ତି ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି

Leave A Reply

Your email address will not be published.