ମେଣ୍ଢା ଲଢ଼େଇରୁ ମହାଭାରତ, ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ

ରାଇରଙ୍ଗପୁର(କେନ୍ୟୁଜ୍): ମେଣ୍ଢା ଲଢ଼େଇ ବନ୍ଦ କରିବାକୁ ଯାଇ ପୋଲିସ ହଟହଟ୍ଟା । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଗୁଳତା ଗାଁରେ କରୋନା କଟକଣା ଉଲ୍ଲଂଘନ କରି ମେଣ୍ଢା ଲଢେଇ ଚାଲିଥିଲା । ଏଥିରେ ବିଭିନ୍ନ ଜାଗାରୁ ଲୋକେ ମେଣ୍ଢା ଆଣି ଭାଗ ନେଇଥିଲେ । ମେଣ୍ଢା ଲଢ଼େଇକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା ।

mayurbhanj

ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜାମଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । କାର୍ଯ୍ୟକ୍ରମ ସ୍ଥଗିତ ରଖି ମଭିଡ଼ ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହୋଇଥିଲା ପୋଲିସ । ଏହି ସମୟରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ୫ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ପୋଲିସ ଉପରକୁ ଲୋକେ ଟେକା ମାଡ଼ କରିବା ସହ ଆକ୍ରମଣ ମଧ୍ୟ କରିଥିବା ଜଣାପଡ଼ିଛି । ପୋଲିସ ୧୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି

Leave A Reply

Your email address will not be published.