Below header

 ମିଶନ ଶକ୍ତି ଉପଦେଷ୍ଟାଙ୍କ କୋରାପୁଟ ଗସ୍ତ ଓ ସମୀକ୍ଷା

କୋରାପୁଟ(କେନ୍ୟୁଜ୍): ମିଶନ ଶଜ୍ତିକୁ ଶଜ୍ତିଶାଳି କରିବାକୁ ଉଦ୍ୟମ ଆରମ୍ଭ ହୋଇଛି ।ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକ ବିଭିନ୍ନ ଯୋଜନାରେ ସାମିଲ କରାଇ ଅଧିକ ରୋଜଗାର କ୍ଷମ କରାଇ ଆର୍ଥିକ କ୍ଷେତ୍ରରେ ଶକ୍ତିଶାଳି କରିବାପାଇଁ ଉଦ୍ୟମ ଆରମ୍ଭ କରାଯାଉଛି । ଉତ୍ପାଦିତ ସାମଗ୍ରୀଗୁଡିକର ଅଦିକ ଗୁଣବତା ବୃଦ୍ଧି କରି ଉପଯୁକ୍ତ ବଜାର ବ୍ୟବସ୍ଥା କରିବାକୁ ଲକ୍ଷ ରଖାଯାଇଛି ବୋଲି ରାଜ୍ୟ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି ।

mission shakti-

କୋରାପୁଟ ଜିଲ୍ଲା ଗସ୍ତରେ ଆସି ମହିଳା ସ୍ବୟଂ ସହାୟକ ଗୋଷ୍ଠିମାନଙ୍କ କାର୍ଯ୍ୟକ୍ରମଗୁଡିକୁ ଅନୁଧ୍ୟାନ କରିଛନ୍ତି । କୋରାପୁଟ ଜିଲ୍ଲାର କୋରାପୁଟ, ବୋରିଗୁମା,ଫାମ୍ପୁଣି,ଏକମ୍ବା ,ଆମ୍ବାଗୁଡା ଗସ୍ତକରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରଛନ୍ତି । କୋରାପୁଟ ସ୍ଥିତ ସଦଭାବନା ସଭା ଗୃହଠାରେ ମିଶନ ଶକ୍ତି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ରାଜ୍ୟ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ।

ପିଡିଡିଆରଡିଏଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ସିଡିପିଓ,ମିଶନ ଶକ୍ତିର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଅନେକ କାର୍ଯ୍ୟକ୍ରମଗୁଡିକୁ ମିଶନ ଶକ୍ତି ମାଧ୍ୟମରେ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ ରଖାଯାଇଛି ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.