Below header

ଚାଣକ୍ୟ ନୀତି : ମରିଯାଆନ୍ତୁ ପଛେ ଏହି ୩ ଲୋକଙ୍କୁ କେବେ ବି ସାହାଯ୍ୟ କରନ୍ତୁ ନାହିଁ

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଆଜି ଭାରତୀୟ ଇତିହାସର ମହାନ ବିଦ୍ୱାନଙ୍କ ସ୍ଥାନ ଦିଆଯାଇଛି। ଆଚାର୍ଯ୍ୟ ଚାଣକ୍ୟ ମହାନ ବିଦ୍ୱାନ ଥିଲେ। ସେ ଅର୍ଥଶାସ୍ତ୍ର, ସମାଜ ଶାସ୍ତ୍ର ଓ ନୀତି ଶାସ୍ତ୍ରରେ ପାରଙ୍ଗମ ଥିଲେ । ତାଙ୍କ ଜ୍ଞାନ ସାହାଯ୍ୟରେ ସେ ମାନବ ଜାତି ପାଇଁ ଅନେକ ଭଲ କାମ କରିଛନ୍ତି। ମହାନ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ‘ଚାଣକ୍ୟ ନୀତି’ରେ ନିଜ ଜୀବନର ଅନୁଭବକୁ ଉଲ୍ଲେଖ କରିଛନ୍ତି।

କୁହାଯାଏ, ଲୋକଙ୍କୁ ସାହାଯ୍ୟ କଲେ ଭଗବାନ ଆପଣଙ୍କୁ ସାହାଯ୍ୟ କରିଥାନ୍ତି । ହେଲେ ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଏହି ୩ ଲୋକଙ୍କୁ କେବେ ବି ସାହାଯ୍ୟ କରିବା କଥା ନୁହେଁ । କାରଣ ଏହି ୩ ଲୋକଙ୍କୁ ସାହାଯ୍ୟ କଲେ ଆପଣଙ୍କୁ କଷ୍ଟ ହିଁ ମିଳିଥାଏ । ତେଣୁ ସର୍ବଦା ଏହି ୩ ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ୍‌ । ଆସନ୍ତୁ ଜାଣିବା ଚାଣକ୍ୟ କହିଥିବା ଏହି ୩ ଲୋକଙ୍କ ବିଷୟରେ, ଯାହାଙ୍କୁ ମରିଗଲେ ବି କେବେ ସାହାଯ୍ୟ କରିବେ ନାହିଁ ।

୧. ଦୁଷ୍ଟ ସ୍ତ୍ରୀଙ୍କୁ ସହାୟତା : ଯେଉଁ ସ୍ତ୍ରୀମାନେ ଦୁଷ୍ଟ ପ୍ରକୃତିର ବା ଚରିତ୍ରହୀନା ହୋଇଥାନ୍ତି । ସେମାନଙ୍କୁ କେବେ ବି ସାହାଯ୍ୟ କରିବା କଥା ନୁହେଁ । କାରଣ ଏମାନଙ୍କ ସହ ସମ୍ପର୍କ ରଖିଲେ ଆପଣଙ୍କୁ ସର୍ବଦା ଘର ଓ ବାହାରେ ଅସମ୍ମାନିତ ହେବାକୁ ପଡ଼ିଥାଏ । ଏହି ସ୍ତ୍ରୀ ଲୋକଙ୍କ ଭରଣ ପୋଷଣ କଲେ ଆପଣ ଦୁଃଖ ପାଇବା ସାର୍‌ ହୁଏ । ତେଣୁ ଏପରି ଲୋକଙ୍କୁ କେବେ ବି ସାହାଯ୍ୟ କରିବା କଥା ନୁହେଁ ।

୨. ମୂର୍ଖ ଲୋକଙ୍କୁ ଉପଦେଶ : ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ମୂର୍ଖ ଲୋକଙ୍କୁ କିଛି ବି ଉପଦେଶ ଦେବା କଥା ନୁହେଁ । ଏମାନଙ୍କୁ ଭଲ କଥା କହିବା ବା ଉପଦେଶ ଦେଇ ତା’ର ଭଲ ଚିନ୍ତା କରିଥାଉ । ହେଲେ ତାହା ସେମାନଙ୍କ ପାଖରେ ବେକାର ହୋଇଥାଏ । ସେମାନେ ଅଜ୍ଞାନତା ବଶତଃ ଆପଣଙ୍କ କଥାକୁ ଗ୍ରହଣ କରିନଥାନ୍ତି । ବରଂ ଯୁକ୍ତି ତର୍କ କରିଥାନ୍ତି । ଯାହାଦ୍ୱାରା ଆପଣଙ୍କ ସମ୍ମାନ ହାନୀ ହୋଇଥାଏ ।

୩. ଯେଉଁ ବ୍ୟକ୍ତି ସର୍ବଦା ଦୁଃଖରେ ରହିଥାଏ : ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯେଉଁ ବ୍ୟକ୍ତି ସର୍ବଦା ଦୁଃଖରେ ରହିଥାନ୍ତି ସେମାନଙ୍କ ସହ ରହିବା କଥା ନୁହେଁ । କାରଣ ଭଗବାନ ଦେଇଥିବା ସୁଃଖ ମଧ୍ୟରେ ଯିଏ ଅସନ୍ତୁଷ୍ଟ ରହିଥାନ୍ତି ସେମାନଙ୍କ ସହ ରହିଲେ ନିଜକୁ ମଧ୍ୟ ଦୁଃଖୀ ହେବାକୁ ପଡ଼ିଥାଏ । ସବୁବେଳେ ଦୁଃଖରେ ରହୁଥିବା ଲୋକ ଅନ୍ୟର ସୁଃଖରେ ଇର୍ଷା କରିଥାନ୍ତି । ସେମାନେ ଅନ୍ୟକୁ ନିଚ୍ଚା ରଖିବାକୁ ଚାହିଁଥାନ୍ତି । ତେଣୁ ଏମିତି ଲୋକଙ୍କ ଠାରୁ ଦୂରରେ ରହିବା ଉଚିତ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.