ଯାଜପୁର: କୁଆଡେ ଗଲେ ଉତ୍ତମ, ମହାନଦୀ ସେତୁ ଉପରେ ବାଇକ୍ ରଖି କେଉଁଆଡେ ଚାଲିଗଲେ ?

ଯାଜପୁର ଟାଉନ(କେନ୍ୟୁଜ୍): ଗତକାଲି ସନ୍ଧ୍ୟା ୫ ଘଟିକା ସମୟରେ ମହାନଦୀ ସେତୁ ଉପରେ ବାଇକ୍ ଥୋଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଯାଜପୁର ଜିଲ୍ଲା ତଥା ଦଶରଥପୁର ବ୍ଲକ ରାହାସୋଇ ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ଗଙ୍ଗାଧର ରଥ   ପୁଅ ଉତ୍ତମ ରଥ ବୋଲି ଜଣାପଡଛି । ସେତୁ ଉପରେ ବାଇକ୍ ଥୋଇ ନିଖୋଜ ହେବା ପୂର୍ବରୁ ସେ ନିଜ ପରିବାର ଲୋକଙ୍କୁ ଫୋନ୍‌କରି “ଏହା ହେଉଛି ମୋର ଶେଷ ଫୋନ୍ କଲ୍’’  କହି ଫୋନ୍ କାଟି ଦେଇଥିଲେ । ପରିବାର ଲୋକେ ଯେତେ ଉଦ୍ୟମ କଲେ ମଧ୍ୟ ଉତ୍ତମଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଥିଲା । ଏ ସମ୍ପର୍କରେ ପରିବାର ଲୋକେ କଟକ ଜଗତ୍‌ପୁର ଥାନାରେ ପହଞ୍ଚି ପୁଲିସକୁ ଲିଖିତ ଭାବେ ଅବଗତ କରିବା ପରେ ପୁଲିସ୍ ବାଇକ୍‌ଟିକୁ ଜବତକରି ଥାନାକୁ ଆଣିଥିଲେ ମଧ୍ୟ ଉତ୍ତମଙ୍କର ଅଦ୍ୟାବଧି କୌଣସି ପତ୍ତା ମିଳିନାହିଁ ।

ସୂଚନାଯୋଗ୍ୟ ଉତ୍ତମ ଭୂବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ସୁରକ୍ଷା କର୍ମଚାରୀଭାବେ କାମ କରୁଥିଲେ ଉତ୍ତମ । ଗତକାଲି ସନ୍ଧ୍ୟାରେ ସେ ଭୁବନେଶ୍ୱରରୁ ଯାଜପୁର ଫେରୁଥିବା ସମୟରେ କ’ଣ ହେଲା କେଜାଣି କୌଣସି କାରଣୁ ନିଜର ମାନସିକ ଭାରାସାମ୍ୟ ହରାଇ ଉତ୍ତମ ମହାନଦୀ ସେତୁ ଉପରେ ନିଜ ପଲ୍‌ସର ବାଇକ୍ ରଖି ପରିବାର ଲୋକଙ୍କୁ  ଫୋନ୍ କରି “ଏହା ହେଉଛି ତାଙ୍କର ଶେଷ ଫୋନ୍ କଲ” କହିଥିଲେ। ପରେ ଉତ୍ତମ ନିଖୋଜ ହୋଇଯାଇଥିଲେ। ଆଜି ଓଡ୍ରାଫ୍ କର୍ମଚାରୀଙ୍କ ସହାୟତାରେ ମହାନଦୀରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜା ଖୋଜି କରାଯାଇଥିଲେ ତାଙ୍କୁ ଏଯାବତ୍ ଠାବ କରାଯାଇ ପାରି ନଥିବା ଜଣାଯାଇଛି । ଅପରପକ୍ଷେ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଜଗତ୍‌ପୁର ଥାନା ପୁଲିସ୍ ସୁତ୍ରରୁ କିଛି ଗ୍ରାମବାସୀ ଜାଣିବାକୁ ପାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.