Below header

ହୋମଗାର୍ଡଙ୍କ ସ୍ୱାର୍ଥ ଲାଗି ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ନିବେଦନ କଲେ ଗୃହରକ୍ଷୀ ମହାସଂଘ ରାଜ୍ୟ ସଭାପତି

କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ମାର୍ଚ ମାସରେ ୯୦ ଦିନ ଭିତରେ ବର୍ଦ୍ଧିତ ଦରମା ଦେବାକୁ ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ସମୟସୀମା ସରିବାକୁ ଥିବା ବେଳେ ରାଜ୍ୟ ସରକାର ପୁଣି ସୁପ୍ରିମ କୋର୍ଟରେ ରିଭ୍ଯୁ ପିଟିସନ ଦାଖଲ କରିଛନ୍ତି । ଯାହା ଫଳରେ ରାଜ୍ୟର ୧୭ ହଜାର ହୋମଗାର୍ଡ ବର୍ଦ୍ଧିତ ଦରମା ସହ ବକେୟା ରାଶି ପାଇବାକୁ ନେଇ ସନ୍ଦେହ ଉପୁଜିଛି ।

ଯାଜପୁର ଟାଉନ(କେନ୍ୟୁଜ୍): ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ନିବେଦନ କଲେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ରାଜ୍ୟ ସଭାପତି ରଞ୍ଜନ ମଲ୍ଲିକ। କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ମାର୍ଚ ମାସରେ ୯୦ ଦିନ ଭିତରେ ବର୍ଦ୍ଧିତ ଦରମା ଦେବାକୁ ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ସମୟସୀମା ସରିବାକୁ ଥିବା ବେଳେ ରାଜ୍ୟ ସରକାର ପୁଣି ସୁପ୍ରିମ କୋର୍ଟରେ ରିଭ୍ଯୁ ପିଟିସନ ଦାଖଲ କରିଛନ୍ତି । ଯାହା ଫଳରେ ରାଜ୍ୟର ୧୭ ହଜାର ହୋମଗାର୍ଡ ବର୍ଦ୍ଧିତ ଦରମା ସହ ବକେୟା ରାଶି ପାଇବାକୁ ନେଇ ସନ୍ଦେହ ଉପୁଜିଛି ।
ରାଜ୍ୟ ସରକାର ହୋମଗାର୍ଡଙ୍କ ପ୍ରତି ରଖିଥିବା ବୈମାତୃକ ମନୋବୃତ୍ତି ଥିବାରୁ ଦରମା ବଢାଇ ବାକୁ ଚାହୁଁ ନଥିବାରୁ ସମୁହ ହୋମଗାର୍ଡଙ୍କ ସ୍ୱାର୍ଥ ଲାଗି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ସଭାପତି ହିସାବରେ ମୋତେ ମୃତ୍ୟ ଲାଗି  ଅନୁମତି ଦିଆଯାଉ ବୋଲି ନିବେଦନ କରିଛନ୍ତି ରଞ୍ଜନ ମଲ୍ଲିକ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.