Below header

ବଡ଼ ଦାୟିତ୍ୱରେ ଓଡ଼ିଆ ପୁଅ ଡ. ମୃତ୍ୟୁଞ୍ଜୟ ମହାପାତ୍ର, WMOର ଉପାଧ୍ୟକ୍ଷ ହେଲେ ସାଇକ୍ଲୋନ ମ୍ୟାନ୍

୪ ବର୍ଷ ପାଇଁ ସେ ଏହି ପଦବୀରେ ରହିବେ। WMOର କାର୍ଯ୍ୟକାରୀ କମିଟିରେ ଜଣେ ଅଧ୍ୟକ୍ଷ ରହୁଥିବାବେଳେ ୩ ଜଣ ଉପାଧ୍ୟକ୍ଷ ରହିଥାନ୍ତି । ବର୍ତ୍ତମାନ ମୃତ୍ୟୁଞ୍ଜୟ ମହାପାତ୍ର, ତୃତୀୟ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ହୋଇଛନ୍ତି।

କେନ୍ୟୁଜ୍(ବ୍ୟୁରୋ): ବିଶ୍ୱ ପାଣିପାଗ ସଂସ୍ଥାର ଉପାଧ୍ୟକ୍ଷ ହେଲେ ଆଇଏମ୍‌ଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର। ତୃତୀୟ ଉପାଧ୍ୟକ୍ଷ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି। ୧୪୮ ଭୋଟ୍‌ ମଧ୍ୟରୁ ୧୧୩ ଭୋଟ୍‌ ପାଇ ବଡ଼ ବିଜୟ ହାସଲ କରିଛନ୍ତି। ୪ ବର୍ଷ ପାଇଁ ସେ ଏହି ପଦବୀରେ ରହିବେ। WMOର କାର୍ଯ୍ୟକାରୀ କମିଟିରେ ଜଣେ ଅଧ୍ୟକ୍ଷ ରହୁଥିବାବେଳେ ୩ ଜଣ ଉପାଧ୍ୟକ୍ଷ ରହିଥାନ୍ତି । ବର୍ତ୍ତମାନ ମୃତ୍ୟୁଞ୍ଜୟ ମହାପାତ୍ର, ତୃତୀୟ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ଡବ୍ଲୁଏମ୍‌ଓର ସ୍ଥାୟୀ ସଦସ୍ୟ ଭାବେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି ଆଇଏମ୍‌ଡି ଡିଜି। ପୂର୍ବରୁ ଡ. ମହାପାତ୍ର ଡବ୍ଲୁଏମ୍‌ଓର ବିଭିନ୍ନ କମିଟିରେ ସ୍ଥାନ ପାଇଥିବା ବେଳେ କିଛି ନିର୍ଦ୍ଦିଷ୍ଟ କମିଟିରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ପାଣିପାଗ ବିଜ୍ଞାନ କ୍ଷେତ୍ରରେ ଡ. ମହାପାତ୍ର ୩୦ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି ।

ଭାରତରେ ସେ ସାଇକ୍ଲୋନ୍‌ ମ୍ୟାନ ଭାବେ ପରିଚିତ । ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସମ୍ମାନ ଓ ପ୍ରଶଂସା ପାଇଛନ୍ତି। ୨୦୨୨ରେ ଓୟୁଏଟିରୁ ଡକ୍ଟର ଅଫ ସାଇନ୍ସ ଉପାଧି ପାଇଥିଲେ। ୨୦୨୨ରେ ଓ୍ଵାର୍ଲଡ କଂଗ୍ରେସ ଅଫ ଡିଜାଷ୍ଟର ମ୍ୟାନେଜମେଣ୍ଟ ପକ୍ଷରୁ ଡିଜାଷ୍ଟର ରିସ୍କ ରିଡକ୍ସନ ସମ୍ମାନ ମିଳିଥିଲା। ବିଶ୍ୱ ପରିବେଶ ସମ୍ମିଳନୀ ୨୦୨୨ରେ ଇଏସଡିଏ ଏନଭରନ୍‌ମେଣ୍ଟାଲ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୨୨ ପାଇଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.