ଜାଣନ୍ତୁ, ଏଥର ରାଜ୍ୟକୁ କେମିତି ଆସିବ ଟିକା

ଭୁବନେଶ୍ୱର :  ରାଜ୍ୟକୁ କେମିତି ଟିକା ଆସିବ ଏନେଇ ଥିଲା ଏକ ବଡ଼ ପ୍ରଶ୍ନ୍‌ । ତେବେ କେନ୍ଦ୍ରସରକାର ଏନେଇ ଅନୁମତି ଦେଇଛନ୍ତି । ଏଣିକି ରାଜ୍ୟ ସରକାର ନିର୍ମାତା କମ୍ପାନୀଙ୍କ ଠାରୁ ସିଧାସଳଖ ଟିକା କିଣି ପାରିବେ । ଗତ ବର୍ଷ ଜୁଲାଇ ୨୨ରେକୋଭିସିଲ୍‌ଡ ଟିକା ପାଇଁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ମୁଖ୍ୟ ଆଦାର ପୁନାଓ୍ଵାଲାଙ୍କ ସହ ଭର୍ଚୁଆଲରେ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ କୋଭିସିଲ୍‌ଡ୍‌ ଟିକା ଯୋଗାଣ ନେଇ ଆଲୋଚନା କରିଥିଲେ ।

ଏବେ କେନ୍ଦ୍ର ରାଜ୍ୟ ଗୁଡ଼ିକୁ ନିର୍ମାତା କମ୍ପାନୀଠାରୁ ସିଧାସଳଖ ଟିକା କିଣିବା ନେଇ ଅନୁମତି ଦେଇଛି । ୫୦ ପ୍ରତିଶତ ଟିକା କେନ୍ଦ୍ର ସରକାରଙ୍କୁ ଯୋଗାଇବେ କମ୍ପାନୀ । ବାକି ୫୦ ପ୍ରତିଶତ ରାଜ୍ୟ ଓ ଖୋଲା ବଜାର ପାଇଁ ରଖିବେ । ଘରୋଇ ହସ୍ପିଟାଲ, ଶିଳ୍ପାନୁଷ୍ଠାନ ବି ନିର୍ମାତା କମ୍ପାନୀଠାରୁ କିଣି ପାରିବେ ଟିକା । ତେବେ ନିର୍ମାତା କମ୍ପାନୀଠାରୁ ସିଧାସଳଖ କିପରି ଟିକା ପାଇବେ ରାଜ୍ୟ? ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଓ ଭାରତ ବାୟୋଟେକ୍‌ ନିକଟରୁ କେମିତି ଆସିବ ଟିକା ? ଭ୍ୟାକ୍ସିନ୍‌ ମିଳିବା ପାଇଁ କେତେ ସମୟ ଲାଗିବ ?

ସେହିପରି ଗତ ୧୭ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଖୋଲା ବଜାରରେ ଭ୍ୟାକସିନ୍‌ ଉପଲବ୍ଧ କରାଇବାକୁ ପ୍ରସ୍ତାବ ଦେଇଥିଲେ । ଏ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ବି ଲେଖିଥିଲେ । ଚିଠିର ଦୁଇ ଦିନ ପରେ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.