Below header

କରୋନାର ଏହି ମୁସ୍କିଲ ସମୟରେ ନିହାତି ଧୁଅନ୍ତୁ ନିଜ ପିଲାର ଖେଳଣା, ଏମିତି କରନ୍ତୁ ସଫା

କରୋନାର ଦ୍ୱିତୀୟ ଲହରୀ ବହୁତ ବିପଦଜନକ ରହିଛି। ଏଥିରେ ବଡ଼ଙ୍କ ସହିତ ପିଲାମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। କରୋନା ସଂକ୍ରମଣ ଏବେ ଯୁବଗୋଷ୍ଠୀ ଏବଂ ପିଲାଙ୍କଠାରେ ଦେଖାଯାଉଛି। ଏମିତି ସ୍ଥିତିରେ ଜରୁରୀ କି, ଆପଣ ନିଜ ପିଲାର ସଫାସୁତରା ସହ ଜଡ଼ିତ ଜିନିଷକୁ ଅଣଦେଖା ନ କରନ୍ତୁ। ଯଦି ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି, ତା’ହେଲେ ସେମାନଙ୍କ ସ୍ୱଚ୍ଛତା, ଖାସ୍‌ କରି ସେମାନଙ୍କ ଜିନିଷପତ୍ର ଏବଂ ଖେଳଣାଗୁଡ଼ିକର ଯତ୍ନ ନିଅନ୍ତୁ।

ପିଲାଙ୍କ ଖେଳଣା ଏମିତି ଜିନିଷ, ଯାହା ଉପରେ ଆମ ଧ୍ୟାନ ଯାଇ ନ ଥାଏ ଏବଂ ସଫା ନ ହେବା କାରଣରୁ ସେଥିରେ ବିଭିନ୍ନ ପ୍ରକାର ଭାଇରସ୍‌ ରହିଯାଇଥାଆନ୍ତି। ଏଥିରୁ ବର୍ତ୍ତିବା ପାଇଁ ସଫ୍ଟ ଟଏଜକୁ ସଫା ରଖିବା ନିହାତି ଜରୁରୀ। ଆସନ୍ତୁ ଜାଣିବା କଟନ, କପଡ଼ା ଏବଂ ଫୋମ୍‌ ଭଳି ମୁଲାୟମ ଖେଳଣାଗୁଡ଼ିକୁ କିଭଳି ସଫା କରାଯାଇ ପାରିବ।

-ସଫ୍ଟ ଟଏଜକୁ ଧୋଇବା ପୂର୍ବରୁ ଗରମ ପାଣି କରନ୍ତୁ ଏବଂ ସେଥିରେ ଡିଟରଜେଣ୍ଟ ପକାନ୍ତୁ। ଟଏଜ୍‌କୁ ସେଥିରେ ବୁଡ଼ାଇ ରଖନ୍ତୁ। କିଛି ସମୟ ପରେ ଏହାକୁ ଭଲ ଭାବେ ସଫା କରି ନିଅନ୍ତୁ। ଶେଷରେ ଖେଳଣାଗୁଡ଼ିକୁ ଡେଟଲ ପାଣିରେ ଧୋଇ ଦିଅନ୍ତୁ।

-ଖେଳଣାକୁ ସବୁବେଳେ ହାତରେ ହିଁ ଧୁଅନ୍ତୁ, ଯେପରି ଏଥିରେ ଜମିଥିବା ମଇଳା ସହଜରେ ବାହାରି ପାରିବ। ଆପଣ ଚାହିଁଲେ ଏହାକୁ ସଫ୍ଟ ବ୍ରିସଲ୍ସ ବ୍ରଶରେ ଧୀରେ ଧୀରେ ରଗଡ଼ି ପାରିବେ। ଏହାପରେ ଭଲ ଭାବେ ୨ରୁ ୩ ଥର କରି ପାଣିରେ ଧୋଇ ଦେବେ। ଶେଷ ପାଣିରେ ଅଳ୍ପ ଡେଟଲ ପକାଇ ଖେଳଣାଗୁଡ଼ିକୁ ଧୋଇବେ।

-ଯଦି ଆପଣ ସଫ୍ଟ ଟଏଜ୍‌କୁ ମେଶିନରେ ଧୋଇବାକୁ ଚାହୁଁଛନ୍ତି, ତା’ହେଲେ ମେଶିନରେ ଏଗୁଡ଼ିକୁ ପକାଇ ସେଥିରେ ଏକ ଚାମଚ ଡିଟରଜେଣ୍ଟ ଏବଂ ଏକ ଠିପି ଡେଟଲ ପକାନ୍ତୁ। ଏହାପରେ ଡେଲିକେଟ୍‌ ମୋଡ ସେଟ୍‌ କରି ଖେଳଣାଗୁଡ଼ିକୁ ଧୁଅନ୍ତୁ।

-ସଫ୍ଟ ଟଏଜ୍‌ ଧୋଇବା ପରେ ଏଗୁଡ଼ିକ ବହୁତ ଭାରି ହୋଇଯାଇଥାଏ ଏବଂ ଶୁଖିବାକୁ ଅଧିକ ସମୟ ନେଇଥାଏ। ଏମିତିରେ ଏହାକୁ ୪ରୁ ୫ଦିନ ପର୍ଯ୍ୟନ୍ତ ଭଲ ଭାବେ ଶୁଖିବାକୁ ଦିଅନ୍ତୁ। ଶୁଖିବା ପରେ ଓଜନ ଯେତେବେଳେ ହାଲୁକା ହୋଇଯିବ, ତା’ପରେ ପିଲାକୁ ଖେଳିବାକୁ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.