ଭଦ୍ରକ: ହାତୀ ଦାନ୍ତ ଚୋରା ଚାଲାଣ ଲିଙ୍କ, STF ଜାଲରେ ୪ ଅଭିଯୁକ୍ତ

କେନ୍ୟୁଜ୍(ବ୍ୟୁରୋ): ଭଦ୍ରକରେ ହାତୀ ଦାନ୍ତ ଚୋରା ଚାଲାଣି ଲିଙ୍କ୍‌ । ଆଗରପଡା ଥାନା କାଦବରାଙ୍ଗ ଅଞ୍ଚଳରୁ ୪ ଜଣଙ୍କୁ ଉଠାଇ ନେଲେ ବନବିଭାଗ ଓ STF । କାଦବରାଙ୍ଗ ଅଞ୍ଚଳରେ ହାତୀ ଦାନ୍ତ ଚୋରା ଚାଲାଣ ଖବର ପାଇବା ପରେ STF ରେଡ୍‌ କରିଥିଲା ।

ପ୍ରଥମେ କାଦବରାଙ୍ଗ ଗାଁର କାଳନ୍ଦୀ ଦାସଙ୍କୁ ଗିରଫ କରିଥିଲା । ପରେ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ୍‌ । ସେମାନେ ଔପଦା ଅଞ୍ଚଳର ବୋଲି ଜଣାପଡିଛି। ଗିରଫ ପରେ ସେମାନଙ୍କ ନିକଟରୁ ହାତୀଦାନ୍ତ ଜବତ ହୋଇଛି। ଏହାସହ ଅନ୍ୟ କେତେକ ସାମଗ୍ରୀ ମଧ୍ୟ ଜବତ କରିଛି STF।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.