Below header

STF କବ୍ଜାରେ ବନ୍ୟଜନ୍ତୁ ଅପରାଧୀ, ୩ କଲରା ପତରିଆ ବାଘ ଛାଲ ଜବତ

ରାୟଗଡ଼ା-କୋରାପୁଟ ୩୨୬ ଜାତୀୟ ରାଜପଥ ନିକଟ ଶିରିଗୁଡ଼ା ସ୍ୱର୍ଗଧାମ୍ ନିକଟର ବାଘ ଛାଲ ଡିଲ ବେଳେ ମାଡ଼ିବସିଲା STF । ୩ କଲରା ପତରିଆ ବାଘ ଛାଲ ଜବତ । ଅଭିଯୁକ୍ତର ନାଁ ଡମ୍ବରୁଧର ମାଝୀ, ଘର ରାୟଗଡା ଅନ୍ତର୍ଗତ ଟିକିରି । ଅଭିଯୁକ୍ତକୁ ଗିରଫ ପରେ ରାୟଗଡା SDJM କୋର୍ଟରେ ହାଜର କରାଯାଇଛି ।

କେନ୍ୟୁଜ୍(ବ୍ୟୁରୋ): ବନ୍ୟଜନ୍ତୁ ଅପରାଧୀଙ୍କ ବିରୋଧରେ ଜିରୋ ଟଲରାନ୍ସ । STF କବ୍ଜାରେ ବାଘ ଛାଲ ବେପାରୀ । ରାୟଗଡ଼ା-କୋରାପୁଟ ୩୨୬ ଜାତୀୟ ରାଜପଥ ନିକଟ ଶିରିଗୁଡ଼ା ସ୍ୱର୍ଗଧାମ୍ ନିକଟର ବାଘ ଛାଲ ଡିଲ ବେଳେ ମାଡ଼ିବସିଲା STF । ୩ କଲରା ପତରିଆ ବାଘ ଛାଲ ଜବତ । ଅଭିଯୁକ୍ତର ନାଁ ଡମ୍ବରୁଧର ମାଝୀ, ଘର ରାୟଗଡା ଅନ୍ତର୍ଗତ ଟିକିରି । ଅଭିଯୁକ୍ତକୁ ଗିରଫ ପରେ ରାୟଗଡା SDJM କୋର୍ଟରେ ହାଜର କରାଯାଇଛି ।

Wild life protection act 1972 କେସ ନମ୍ବର ୧୨ କୋର୍ଟଚାଲାଣ କରାଯାଇଛି । ଛାଲର ଜୈବିକ ପରୀକ୍ଷା ପାଇଁ ଡେରାଡୁନକୁ ପଠାଯାଇଛି । ସେପଟେ ୨୦୨୦ ରୁ ଆଜି ମଧ୍ୟରେ ବନ୍ୟପ୍ରାଣୀ ଶିକାରକୁ ମୂଳତ୍ପାଟନ କରିବା ଦିଗରେ ଆକ୍ସନ ମୋଡ଼ରେ ରହିଛି STF । ୨୦୨୦ ରୁ ଆଜି ମଧ୍ୟରେ ୪୦ ଟି କଲରାପତରିଆ ବାଘ ଛାଲ, ୨ ଟି ମହାବଳ ବାଘ ଛାଲ, ୨୨ ଟି ବଜ୍ରକାପ୍ତା, ୮ ଟି ହରିଣ ଛାଲ, ୩୭ କେଜି ବଜ୍ରକାପ୍ତା କାତି ଜବତ କରାଯିବା ସହ ୧୧୯ ଜଣଙ୍କୁ ଗିରଫ କରାଯାଇଛି। ଏ ସମ୍ପର୍କିତ ୭୫ ଟି କେସ ରୁଜୁ କରିଛି ସ୍ପେଶାଲ ଟାସ୍କଫୋର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.