ଗୀତାଙ୍କ ସବୁ ସ୍ୱପ୍ନକୁ ଚୁରମାର କରିଦେଲା କରାଳ ନିଆଁ, ସବୁ ଜଳିପୋଡି ପାଉଁଶ

କେତେ କଣ ସ୍ୱପ୍ନ ଦେଖିଥିଲେ ଲାଖବିନ୍ଧା ଗ୍ରାମର ବିଧବା ମହିଳା ଗୀତା ନାଇକ। ଦିନ କେଇଟା ପରେ କରିଥାନ୍ତେ ଝିଅ ବାହାଘର। ହେଲେ ସବୁ ସ୍ୱପ୍ନକୁ ତାଙ୍କର ଚୁରମାର କରିଦେଲା କରାଳ ନିଆଁ। ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ ଲାଖବିନ୍ଧା ଗ୍ରାମର ଗୀତା ନାଇକ ।

ଆନନ୍ଦପୁର(କେନ୍ୟୁଜ୍): କେତେ କଣ ସ୍ୱପ୍ନ ଦେଖିଥିଲେ ଲାଖବିନ୍ଧା ଗ୍ରାମର ବିଧବା ମହିଳା ଗୀତା ନାଇକ। ଦିନ କେଇଟା ପରେ କରିଥାନ୍ତେ ଝିଅ ବାହାଘର। ହେଲେ ସବୁ ସ୍ୱପ୍ନକୁ ତାଙ୍କର ଚୁରମାର କରିଦେଲା କରାଳ ନିଆଁ। ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ ଲାଖବିନ୍ଧା ଗ୍ରାମର ଗୀତା ନାଇକ। ରାତିରେ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା। ସେତେବେଳେ ଘରେ ଥିବା ଝିଅ ନିଜ ଜୀବନ ବଞ୍ଚାଇ ବାହାରକୁ ଦୌଡ଼ି ପଳାଇ ଆସିଥିବା ସଫଳ ହୋଇଥିବାବେଳେ ପଡୋଶୀ ମାନେ ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ ସବୁ ଉଦ୍ୟମ ବିଫଳ ହୋଇଥିଲା।

woman

ତେବେ କିଛି ସମୟ ଭିତରେ ଏନେଇ ଖବର ପାଇ ହାଟଡ଼ିହିରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇ ଥିଲେ। କିନ୍ତୁ ସେତେବେଳକୁ ଗୀତା ନିଜ ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ସୁନା, ରୁପା ଗହଣା, ପଲଙ୍କ, ବାସନ କୁସନ ସମେତ ସମସ୍ତ ଗୃହପକରଣ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଥିଲା। ଏପରିକି ଘରେ ବନ୍ଧା ହୋଇଥିବା ୪ଟି ଛେଳି ଓ ଅନେକ କୁକୁଡ଼ା ମଧ୍ୟ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏବେ କେଉଁଠି ରହିବେ, କିପରି ଝିଅ ବାହାଘର କରିବେ ସେନେଇ ଚିନ୍ତାରେ ଆଖିରୁ ଲୁହ ଶୁଖୁନି ଗୀତାଙ୍କର।