ଓଡିଶାକୁ ଆସିପାରେ ବାତ୍ୟା ‘ଆମ୍ଫାନ’, ଆସନ୍ତା ୧୪ରେ ଭୀଷଣ ପବନ ସହ ବର୍ଷା ସମ୍ଭାବନା

ଓଡ଼ିଶାରେ ପୁଣି ବାତ୍ୟା ଭୟ। ପ୍ରଥମେ ଘୁର୍ଣ୍ଣିବଳୟ ପରେ ଲଘୁଚାପ ଏବଂ ଶେଷରେ ବାତ୍ୟାର ରୂପ ନେଇପାରେ। ଗତ ୧ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା କମ ରହିଛି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ବିଲୀନ ହୋଇପାରେ। ଆଉ ବର୍ତ୍ତମାନ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ସୃଷ୍ଟି ହୋଇଛି ଏବଂ ଏହା ବର୍ତ୍ତମାନର ଲଘୁଚାପ ସହିତ ମିଶି ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଆସନ୍ତା ୭ ତାରିଖରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ୯ ତାରିଖ ବେଳକୁ ଲଘୁଚାପ ରୂପ ନେଇପାରେ। ଆଉ ଏହା ଘନୀଭୂତ ହୋଇ ୧୩ ତାରିଖରେ ବାତ୍ୟାର ରୂପ ନେବ ଏବଂ ୧୪ ତାରିଖରେ ଏହା ଓଡିଶା ପହଁଚିବା ସମ୍ଭାବନା କରାଯାଉଛି।

ଯଦି ଏହି ଲଘୁଚାପ ବାତ୍ୟା ରୂପ ନିଏ ତାହେଲେ ଏହାର ନାମ ‘ଆମ୍ଫାନ’ ହେବ ବୋଲି କୁହାଯାଉଛି।ଆସନ୍ତା ୭, ୯ ଏବଂ ୧୧ ତାରିଖରେ ଏହା ସ୍ପଷ୍ଟ ହେବ ଯେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେବ ନା ନାହିଁ, ଆଉ ଯଦି ବାତ୍ୟା ରୂପ ନେବ ତାହେଲେ ଏହା କେଉଁଠାରେ ସ୍ଥଳଭାଗକୁ ଛୁଇଁବ। ତେବେ ଆସନ୍ତା ୧୩ ତାରିଖରେ ଏହି ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ର ଉପକୂଳରେ ଏବଂ ୧୪ ତାରିଖରେ ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଆଡକୁ ଗତି କରିପାରେ। ଫଳରେ ଏହାର ପ୍ରଭାବରେ ଓଡିଶା ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଭୀଷଣ ବର୍ଷା ସହିତ ପବନ ହେବ ବୋଲି ସମ୍ଭାବନା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.