Below header

ଯୁଗ କଣ ହେଲାରେ ! … ରାଜଧାନୀରେ ବୁଲା ଷଣ୍ଢକୁ ଚୋରି କରିବାକୁ ଉଦ୍ୟମ କରି ଦୁର୍ବୃତ୍ତ ଥାନାରେ ଅଟକ

ଭୁବନେଶ୍ୱର(କେନ୍ୟୁଜ୍): ଲକ ଡାଉନରେ ରାଜଧାନୀରେ ଷଣ୍ଢ ଚୋରି ଅଭିଯୋଗ। ଆପଣ ଭାବୁଥିବେ ଏ କି ଭଳିଆ କଥା । ଆଜ୍ଞା  ହଁ ଆପଣଙ୍କ ଜଣାଇ ଦେଇଛୁ ଯେ ଭୁବନେଶ୍ବରର ଖଣ୍ଡଗିରି ଥାନାରେ ଆଜି ଏକ ଏମିତି ଏକ ଅଭିଯୋଗ ଆସିଥଲା ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତି ହୋଇଯାଉଛନ୍ତି। ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ  ଭଲା  ବୁଲା ଷଣ୍ଢକୁ କିଏ କାହିଁ ଚୋରି କରିବାକୁ ଯିବ ? କାହାର କି କାମ ପଡିଲା ବୁଲା ଷଣ୍ଢ ପାଖରେ? । ଏଠି ଆମେ ଆପଣଙ୍କୁ  କହିରଖୁଛୁ ଯେ ଷଣ୍ଢ ଚୋରି କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି।  ସେମାନେ ହେଲେ ଡୁମୁଡୁମା ରଘୁନାଥନଗର ଅଞ୍ଚଳର ସେଖ୍‌ ରଫିକ୍‌ ମହମ୍ମଦ ଓରଫ ଟୁଙ୍ଗା ବାବୁଲି ଓ ନିଳାଞ୍ଚଳ ଦଳାଇ । ପୋଲିସ ଗୋଟିଏ ଷଣ୍ଢ ଉଦ୍ଧାର କରିବା ସହ ଚୋରିରେ ବ୍ୟବହୃତ ଟାଟାଏସିଇ ଗାଡ଼ିକୁ ଜବତ କରିଛି ।

ପୋଲିସର କହିବା ମୁତାବକ, ଡୁମୁଡୁମା ହାଉସିଂ ବୋର୍ଡର  ପୂର୍ବତନ ଅବସରପ୍ରାପ୍ତ ସେନା କର୍ମଚାରୀ କଲୋନୀରୁ ଆଜି ସକାଳେ ରଫିକ୍‌ ଓ ନିଳାଞ୍ଚଳ ଏକ ଷଣ୍ଢକୁ ବାନ୍ଧି ଏକ  ଟାଟାଏସିଇ ଗାଡ଼ିରେ ଲୋଡ କରୁଥିଲେ  । ଏହି ସମୟରେ ସ୍ଥାନୀୟ କିଛି ଲୋକେ ଦେଖି ସେମାନଙ୍କୁ ଅଟକାଇବାକୁ ଯାଇ  ସେମାନଙ୍କୁ ଘେରି ଯାଇଥିଲେ ।

ପରେ ସେହି ସ୍ଥାନୀୟ ଲୋକମାନେ ଖଣ୍ଡଗିରି ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରଫିକ୍‌ ଓ ନିଳାଞ୍ଚଳଙ୍କୁ ଗିରଫ କରିବା ସହ ଷଣ୍ଢକୁ ଉଦ୍ଧାର କରିଥିଲା । ଉଦ୍ଧାର ଷଣ୍ଢକୁ ପୋଲିସ ପିପୁଲ୍‌ସ ଫର୍‌ ଆନିମଲ ସଂସ୍ଥାର କର୍ମଚାରୀଙ୍କୁ ଡକାଇ ଛାଡ଼ି ଦେଇଥିଲା ।

ଚୋରିରେ ବ୍ୟବହୃତ ଟାଟାଏସିଇ ଗାଡ଼ିକୁ ପୋଲିସ  ଜବତ କରିଥିଲା । ଆସନ୍ତାକାଲି ରଫିକ୍‌ ଓ ନିଳାଞ୍ଚଳଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି । ତେବେ ବୁଲା ଷଣ୍ଢ ପାଖରେ ଏମାନଙ୍କ କଣ କାମ ପଡିଲା ଓ  ତାକୁ କଣ କରିବାକୂ ଟାଟା ଏସଇ ଗାଡିରେ ଲୋଡ କରି  ନେବାକୁ ବହାରିଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.