କରୋନା ଆକ୍ରାନ୍ତରେ ସବୁ ଜିଲ୍ଲାକୁ ଟପି ଗଲା ଗଞ୍ଜାମ, ମୋଟ୍ ୭୧ ଜଣ ଚିହ୍ନଟ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର (କେ ନ୍ୟୁଜ୍‌) : ରେକର୍ଡ଼ କଲା ଗଞ୍ଜାମ । ଗୋଟିଏ ଦିନରେ ୪୩ ପଜେଟିଭ୍ ଚିହ୍ନଟ । ଜିଲ୍ଲାରେ ଆଉ ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୨୦ରୁ ୨୫ ଜଣ ଆକ୍ରନ୍ତ ଚିହ୍ନଟ ହେଉଛନ୍ତି । ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି । ଯାହା ରାଜ୍ୟରେ ସର୍ବାଧିକ । ଏକଥା ସ୍ପଷ୍ଟ ହେବାରେ ଲାଗିଲାଣି ଯେ ଖୁବ୍ ଶୀଘ୍ର ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଶହେ ଟପିଯିବ ।
ଆଜି ସକାଳେ ୧୯ ଜଣ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଆଉ ୨୪ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସୁରତ୍ ଫେରନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.