Below header

୩୦ ହଜାର ଦରମା ପାଉଥିବା କର୍ମଚାରୀଙ୍କର ଇଏସ୍‌ଆଇ କଟିବ, ସରକାର ଖୁବ୍ ଶୀଘ୍ର ଘୋଷଣା କରି ପାରନ୍ତି ନିଷ୍ପତ୍ତି

କରୋନା ଭାଇରସ ସାରା ବିଶ୍ଵର ଲୋକଙ୍କ ମନରେ ଭୟର ସଞ୍ଚାର ଖେଳାଇ ଦେଇଛି। ଲୋକେ ଡରି ଡରି ଜୀବନ ବିତାଉଛନ୍ତି। ଧନୀ ହେଉ କିମ୍ବା ଗରିବ ଏବଂ ସେ କୃଷକ ହୁଅନ୍ତୁ ଅବା କଲେଜ ଶେଷ କରି ଚାକିରୀ ଆରମ୍ଭ କରିଥିବା ଯୁବଗୋଷ୍ଠି ସମସ୍ତେ ଏହି କରୋନା ଭାଇରସ ପାଇଁ ଚିନ୍ତିତ। କାହିଁକିନା ଏବେ ବଡ଼ ସମସ୍ୟା ହେଉଛି ଆର୍ଥିକ ସଙ୍କଟ ବା ଫାଇନାନ୍ସସିଆଲ କ୍ରାଇସିସ। ତେବେ ଲକଡାଉନରେ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ଲଗାତର କିଛି ନା କିଛି ନୂଆ ପଦକ୍ଷେପ ଉଠାଉଛନ୍ତି।

ଏହି ପରିପ୍ରେକ୍ଷୀରେ ଏବେ ସରକାର ଇଏସଆଇସି ଯୋଜନା (ESIC Scheme)କୁ ଅଧିକ ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯଦିଓ ଏହାକୁ ନେଇ ଆନୁଷ୍ଠାନିକ ଭାବରେ କୌଣସି ଘୋଷଣା କରାଯାଇନାହିଁ। କିନ୍ତୁ ଏହି ଯୋଜନା ସେହି

ଯୁବଗୋଷ୍ଠୀଙ୍କ ପାଇଁ ଯେଉଁମାନେ ୩୦,୦୦୦ ଟଙ୍କା ଦରମା ପାଉଥିବେ ସେମାନଙ୍କୁ ମଧ୍ୟ ମେଡିକାଲ ଏବଂ କ୍ୟାସ ଫେସିଲିଟି ଦିଆଯିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେ ପର୍ଯ୍ୟନ୍ତ ଏହି ସ୍କିମର ଫାଇଦା କେବଳ ସେହି ଲୋକଙ୍କୁ ମିଳୁଥିଲା ଯେଉଁମାନଙ୍କର ଦରମା ୨୧୦୦୦ ଟଙ୍କା ଏବଂ ଯେଉଁମାନେ ଅତିକମରେ ୧୦ ଜଣ କର୍ମଚାରୀ ଥିବା କମ୍ପାନୀରେ କାମ କରୁଥିବେ।

ଶ୍ରମ ମନ୍ତ୍ରାଳୟ ଅର୍ଥ ମନ୍ତ୍ରାଳୟକୁ ଦରମା ସୀମା ୨୧,୦୦୦ ଟଙ୍କାରୁ ବଢ଼ାଇ ୩୦,୦୦୦ ଟଙ୍କା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ସ୍କିମର ବୈଧତା ବଢାଇବା ଦ୍ୱାରା କମ୍ପାନୀ ଉପରେ ଚାପ କମ ରହିବ। ଏହାସହିତ ଲକଡାଉନରେ ମେଡିକାଲ କଭରର ବୋଝ ମଧ୍ୟ କମ ହେବ। ଏବେ ପ୍ରାୟ ୧୨.୫୦ ଲକ୍ଷ କମ୍ପାନୀକୁ ଏହି ଫାଇଦା ମିଳୁଛି।

money3Esic ଦ୍ୱାରା ସରକାର ପୂର୍ବରୁ ଘୋଷଣା କରିଥିବା କିଛି ପ୍ରମୁଖ ବିଷୟରେ ଆସନ୍ତୁ ଜାଣିବା

ଯଦି ଲକଡାଉନ କାରଣରୁ କର୍ମଚାରୀ ନିଜର ମେଡିକାଲ କାର୍ଡକୁ ରିନ୍ୟୁ କରି ପାରିନାହାନ୍ତି ତେବେ ମଧ୍ୟ ତାଙ୍କୁ ମେଡିକାଲ

ଫେସିଲିଟି ମିଳିବ। ଅର୍ଥାତ କାର୍ଡର ବୈଧତା ସାରି ଯାଇଥିଲେ ମଧ୍ୟ ଚିନ୍ତା କରିବା ଆବଶ୍ୟକ ନାହିଁ।

ପ୍ରାଇଭେଟ ହସ୍ପିଟାଲରେ ଔଷଧ କିଣିବା ଦ୍ୱାରା ମଧ୍ୟ କର୍ମଚାରୀ କ୍ଲେମ କରିପାରିବେ। ESIC ଲକଡାଉନ ସମୟରେ ପ୍ରାଇଭେଟ ମେଡିକାଲ ଷ୍ଟୋରରୁ ମେଡ଼ିସିନ କିଣିବା ପାଇଁ ମଧ୍ୟ ସୁବିଧା ରହିଛି। କର୍ମଚାରୀ ପ୍ରାଇଭେଟ ଦୋକାନରୁ ମେଡ଼ିସିନ କିଣିଲେ ମଧ୍ୟ ESIC ରୁ ବିଲ କ୍ଲେମ କରି ପାରିବେ।

ଯେଉଁ ESIC ହସ୍ପିଟାଲକୁ କୋବିଡ଼-19 ହସ୍ପିଟାଲ କରାଯାଇଛି। ସେଠାରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଅନ୍ୟ ହସ୍ପିଟାଲରେ ଚିକିତ୍ସିତ ହେବାକୁ ଅନୁମତି ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.