ରଥଯାତ୍ରା ଭଳି ବାହୁଡ଼ାରେ ବି ପୁରୀ ସହରରେ ଲାଗିବ କଡ଼ା କର୍ଫ୍ୟୁ, ୧୯ ରାତିରୁ ୨୧ ତାରିଖ ରାତି ୮ଟା ଯାଏ ୧୪୪ ଧାରା ଜାରି

ପୁରୀ(କେନ୍ଯୁଜ): ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି । ରଥଯାତ୍ରା ଭଳି ବାହୁଡ଼ାରେ ବି ପୁରୀ ସହରରେ ଲାଗିବ କଡ଼ା କର୍ଫ୍ୟୁ । ୧୯ ତାରିଖ ରାତି ୮ରୁ ୨୧ ତାରିଖ ରାତି ୮ଟା ଯାଏ ୧୪୪ ଧାରା ଜାରି ହେବ । ଏହି ସମୟ ମଧ୍ୟରେ ବଡଦାଣ୍ଡରେ ଥିବା ସମସ୍ତ କୋଠାଘର ଛାତରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଘର ଉପରେ ନଜର ରଖିବାକୁ ପୋଲିସ ସହ ଡ୍ରୋନ୍‌ ଉଡାଇବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ହୋଟେଲ, ଲଜିଂ, ଧର୍ମଶାଳା, ଗେଷ୍ଟ ହାଉସକୁ ଆଜି ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କର୍ଫ୍ୟୁ ସମୟରେ ବଡଦାଣ୍ଡରେ ଥିବା ସମସ୍ତ ଦୋକାନ ଓ ବଜାର, ଔଷଧ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ରହିବ । ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି । କୌଣସି ଯାତ୍ରୀବାହୀ ବସ ଓ ଟ୍ରେନ ଜିଲ୍ଲା ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । ବାହାର ଜିଲ୍ଲାରୁ ଯେଭଳି କେହି ପୁରୀ ମଧ୍ୟକୁ ପ୍ରବେଶ ନକରିପାରିବେ ସେଥିପାଇଁ ଜିଲ୍ଲା ମଧ୍ୟକୁ ଥିବା ସମସ୍ତ ୮ଟି ପ୍ରବେଶ ପଥ ଓ ସହର ବାହାର ବ୍ୟକ୍ତିଙ୍କୁ ପୁରୀ ସହର ପ୍ରବେଶ ବାରଣ ନିମନ୍ତେ ସହର ମଧ୍ୟକୁ ଥିବା ୩ଟି ପ୍ରବେଶ ପଥକୁ ସିଲ୍‌ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.