ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉମରକୋଟ ଗସ୍ତ ସମୟରେ ବିଜେଡି ଓ ବିଜେପି କର୍ମୀ ଧସ୍ତାଧସ୍ତି, ଥାନାରେ ମାମଲା ରୁଜୁ

ଉମରକୋଟ(କେନ୍ଯୁଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜେଡି ଓ ବିଜେପି କର୍ମୀ ଧସ୍ତାଧସ୍ତି । ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉମରକୋଟ ଗସ୍ତ ସମୟରେ ଉଭୟ ଦଳର କର୍ମୀ ଧସ୍ତାଧସ୍ତି ହୋଇଥିଲେ । ଏନେଇ ଥାନାରେ ମାମଲା ରୁଜୁ ହୋଇଛି ।

ମନ୍ତ୍ରୀ ନିଜେ କୋଭିଡ ନିୟମ ଉଲ୍ଲଂଘନ କରି ରାଲି କରିଥିବା ଅଭିଯୋଗ କରିଛି ବିଜେପି । ଏଥିସହ ଅଟକ ଥିବା ବିଜେପି କର୍ମୀଙ୍କୁ ଛାଡ଼ିବା ଦାବିରେ ଧାରଣା ଦେଇଛନ୍ତି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଅନ୍ୟପକ୍ଷେ ବିଜେଡି କହିଛି, ମନ୍ତ୍ରୀ ଉନ୍ନୟନ କାମ ସମୀକ୍ଷା କରିବା ପାଇଁ ଆସିଥିଲେ । ଏହି ସମୟରେ ବିଜେପି କର୍ମୀ କଳା ପତାକା ପ୍ରଦର୍ଶନ କରିଥିଲା । ଏଭଳି ଘଟଣାକୁ ନିନ୍ଦାଜନକ ବୋଲି ବିଜେଡି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.