ACF ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁ ଘଟଣା: ଖୁବଶୀଘ୍ର ବିଦ୍ୟାଭାରତୀ ଓ ଡିଏଫଙ୍କୁ ଜେରା, ଲାପଟପ୍‌ ଓ ଡାଏରୀ ଖୋଲିବ ଗୁମର

ଗଜପତି(କେନ୍ଯୁଜ୍): ପାରଳାଖେମୁଣ୍ଡି ACF ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ । ଗୋଟିଏ ପଟେ ପୋଲିସର ୪ ଜଣିଆ ଟିମ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଘଟଣାକୁ ମନିଟରିଂ କରୁଛନ୍ତି । ଘଟଣାକୁ ୫ ଦିନ ବିତି ଯାଇଥିବା ବେଳେ ଏବେ ସୁଦ୍ଧା ସଠିକ ନିର୍ଣ୍ଣୟରେ ପହଁଚିପାରିନି ପୋଲିସ । ସାଇଣ୍ଟିଫିକ୍‌ ଟିମ୍‌ ସୌମ୍ୟରଞ୍ଜନଙ୍କ କ୍ୱାର୍ଟରରୁ ତାଙ୍କ ହାତଲେଖା ଡାଏରୀ ପାଇଛି । ଏହାସହ ତାଙ୍କ ଲାପଟପ୍‌ ମୃତ୍ୟୁ ସମ୍ପର୍କରେ ଅଧିକ ସୁରାକ୍‌ ଦେବ ବୋଲି ପୋଲିସ ଆଶା ରଖିଛି । ଏହାସହ ଏକ କୋର୍ଟ ଏଗ୍ରିମେଣ୍ଟ କପି ବି ମିଳିଥିବା କୁହାଯାଉଛି ।

ଖୁବଶୀଘ୍ର ବିଦ୍ୟାଭାରତୀ ଓ ଡିଏଫଙ୍କୁ ବି ଜେରା ହୋଇପାରେ । ବିବାହର ମାସକ ପରେ ଦାମ୍ପତ୍ୟ ଜୀବନରେ ବିବାଦ ଉଠିଥିବା ନେଇ ସୌମ୍ୟ ମା ଓ ମାଇଁଙ୍କୁ ଜଣାଇଥିଲେ । ଏପରିକି ଡିଏଫଓ ତାଙ୍କ ଘରକୁ ବାରମ୍ବାର ଆସି ପତ୍ନୀଙ୍କ ସହ ଅନୈତିକ ସଂପର୍କ ରଖିଥିବା ସୌମ୍ୟ ତାଙ୍କୁ ଜଣାଇଥିବା ଏଫଆଇଆରରେ ଉଲ୍ଲେଖ କରିଛନ୍ତି ସୌମ୍ୟଙ୍କ ବାପା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.