Below header

ଆପୋଲୋ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର ; କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ଆଇନରେ ହୋଇଥିବା ଆପୋଲୋ ପଞ୍ଜୀକରଣରକୁ ରଦ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ଏନ୍‌ଏଚ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପୀଡ଼ିତଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କୁ କୁହାଯାଇଛି । ଏନେଇ ଅନୀଲଙ୍କ ପରିବାର ଏନ୍‌ଏଚ୍‌ଆରସିଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

୨୦୧୩ ମସିହାରେ ବରଗଡ଼ ତଳିପଡ଼ାର ଅନୀଲ ସ୍ୱାମୀଙ୍କ ଡାହାଣ ପଟ କିଡ୍‌ନୀ କାଢିନେଇ ରାଘବରାମ ଦେରାଙ୍କ ଶରୀରରେ ଲଗାଯାଇଥିଲା । ଏନେଇ ୨୦୧୬ରେ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ ହେବାପରେ ରାଘବରାମ ଦେରାଙ୍କ ପରିବାରର ୮ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏହାପରେ ମୁଖ୍ୟ ଅଭିଯୁକ୍ତ ଦାଶରଥି ଦୋରାଙ୍କୁ ଗିରଫ କରା ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.