ମଜଭୁତ୍‌ ଓ ଘନ ଲମ୍ବା କେଶ ପାଇଁ ନିୟମିତ ଲଗାନ୍ତୁ ପିଜୁଳି ପତ୍ର ବଟା

ପିଜୁଳି ଖାଇବାକୁ ଅନେକଙ୍କୁ ଭଲ ଲାଗିଥାଏ। ଏହା କେବଳ ସ୍ୱାଦିଷ୍ଟ ତା’ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ। କିନ୍ତୁ କ’ଣ ଆପଣ ଏହା ଜାଣିଛନ୍ତି କି? ପିଜୁଳି ପତ୍ର ଆପଣଙ୍କ କେଶ ପାଇଁ କେତେ ଲାଭକରୀ? ହଁ, ଆଜି ଆମେ ଆପଣଙ୍କୁ ସୁସ୍ଥ ତଥା ମଜବୁତ୍‌ କେଶ ପାଇଁ ପିଜୁଳି ପତ୍ରର ଫାଇଦା ବିଷୟରେ କହିବାକୁ ଯାଉଛୁ।

pijuli3

ଏହାସହ ପଢ଼ନ୍ତୁ: ସୁସ୍ଥ ତ୍ୱଚା ପାଇଁ ମସୁର ଡାଲିରେ ପ୍ରସ୍ତୁତ କରନ୍ତୁ ଏହି ୫ ପ୍ରକାର ଫେସ୍‌ ପ୍ୟାକ୍‌, ଦେଖାଯିବେ ଆକର୍ଷଣୀୟ

-ଏହା କେଶକୁ ଝଡ଼ିବାରୁ ରୋକିଥାଏ। ପିଜୁଳି ପତ୍ର ପାଣିରେ ନିୟମିତ ଭାବେ କେଶ ଧୋଇଲେ, କେଶ ଝଡ଼ିବା ଧୀରେ ଧୀରେ ବନ୍ଦ ହୋଇଯାଇଥାଏ।

-ଏହା ଆପଣଙ୍କ କେଶକୁ ମୋଟା କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଭିଟାମିନ୍‌ ବି ଓ ସି କେଶ ମୂଳକୁ ପୋଷଣ ଦେବା ସହ ଏହାକୁ ବଢ଼ିବାରେ ସାହାଯ୍ୟ କରିଥାଏ।

-କେଶରେ ପିଜୁଳି ପତ୍ର ପେଷ୍ଟ ଲଗାଇଲେ, ଏହା ଖପୁରୀର ତ୍ୱଚାକୁ ସୁରକ୍ଷିତ ରଖିଥାଏ ଏବଂ ରୂପିରୁ ମୁକ୍ତି ଦେଇଥାଏ।

-ଦୁଇ ମୁହାଁ କେଶ ପାଇଁ ଆପଣ ପିଜୁଳି ପତ୍ର ପେଷ୍ଟରେ ଏକ ଚାମଚ ମହୁ ମିଶାଇ ହେୟାର୍‌ ପ୍ୟାକ୍‌ ବନାଇ ପାରିବେ। ଏହି ପେଷ୍ଟକୁ କେଶରେ ଭଲ ଭାବେ ଲଗାଇ ୨୦ ମିନିଟ୍‌ ପରେ ଧୋଇଦେବେ। ନିୟମିତ ରୂପରେ ଏଭଳି କଲେ ଆପଣ କେଶ ଫାଟିବାରୁ ମୁକ୍ତି ପାଇପାରିବେ।

-ପିଜୁଳି ପତ୍ର ପ୍ୟାକ୍‌ ସୂଯ୍ୟର୍ଙ୍କ ଅତି ବାଇଗେଣୀ ରଶ୍ମୀରୁ କେଶକୁ ସୁରକ୍ଷା ଦେଇଥାଏ।

-ଏହା ଆପଣଙ୍କ ଖପୁରୀର ରକ୍ତ ସଞ୍ଚାଳନକୁ ଠିକ୍‌ କରିଥାଏ। କେଶ ମୂଳର ଗଭୀରକୁ ଯାଇ ପୋଷଣ ଦେଇଥାଏ, ଯଦ୍ଦ୍ଵାରା ସୁସ୍ଥ କେଶ ଉଠିଥାଏ।