Below header

ଉଠ୍‌ବସ୍‌ କରାଇଲେ ସମ୍ମାନିତ ହେଲେ, ବବିନା ମହାଳିକଙ୍କୁ ସମ୍ମାନିତ କଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର ; ଉଠ୍‌ବସ୍‌ କରାଇଲେ, ସମ୍ମାନିତ ହେଲେ । ଭୁବନେଶ୍ୱର ଜିଜିପି କଲୋନୀରେ ରୋଡ୍‌ ରୋମିଓଙ୍କୁ ବସ୍‌ଉଠ୍‌ କରାଇଥିବା ଦବଙ୍ଗ ଲେଡି ବବିନା ମହାଳିକଙ୍କୁ ସମ୍ମାନିତ । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ତାଙ୍କୁ ସମ୍ମାନିତ କରିଛନ୍ତି । ଗତକାଲି ଯୁବତୀ ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ପିଛା କରିଥିଲେ । କମେଣ୍ଟ ମଧ୍ୟ ମାରିଥିଲେ । ବିଚ୍‌ ରାସ୍ତାରେ ଦୁଇ ଜଣ ଯୁବକଙ୍କୁ ବସ୍‌ ଉଠ୍‌ କରାଇଥିଲେ ଯୁବତୀ । ଏହା ପରେ ହାତ ଯୋଡ଼ି ଯୁବତୀଙ୍କୁ ଭୁଲ୍‌ ମାଗିଥିଲେ ଦୁଇ ଜଣ ଯୁବକ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚାକୁ ଆସିଥିଲେ ଯୁବତୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.