ଦିବ୍ୟାଙ୍ଗଙ୍କ ଲାଗି ନୂଆ ଆପ୍‌ ଲଞ୍ଚ କଲା ସାମସଙ୍ଗ୍‌, ଜାଣନ୍ତୁ କ’ଣ ରହିଛି ଫିଚର

ଦିବ୍ୟାଙ୍ଗଙ୍କ ଲାଗି ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀ ସାମସଙ୍ଗ୍‌ ଲଞ୍ଚ କରିଛି ଏକ ନୂଆ ଆପ୍‌। ଅନ୍ଧ ଓ ବଧିରଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କମ୍ପାନୀ ତରଫରୁ ଗୁଡ଼୍‍ ଭାଇବସ୍‌ (Good Vibes) ନାମକ ଆପ୍‌ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ଏହି ଆପ୍‌ କେବଳ ସାମସଙ୍ଗ୍‌ ଷ୍ଟୋର୍‌ର ଉପଲବ୍ଧ ଥିବା ବେଳେ ଖୁବ୍‌ଶୀଘ୍ର ଗୁଗଲ ପ୍ଲେ ଷ୍ଟୋର୍‌ରେ ମିଳିବ। ଏହି ଆପ୍‌ ଟେକ୍ସଟ୍‌ ଏବଂ ଭଏସ୍‌ ମେସେଜ୍‌କୁ ଭାଇବ୍ରେସନ୍‌ରେ ପରିବର୍ତ୍ତନ କରିବ। ଫଳରେ ଦିବ୍ୟାଙ୍ଗଙ୍କୁ ସାହାଯ୍ୟ ମିଳିପାରିବ।

ରିପୋର୍ଟ ମୁତାବକ, ଗୁଡ଼୍‌ ଭାଇବସ୍‌ ଆପ୍‌ ଏକ ପ୍ରକାରର ଟୁ ୱେ କମ୍ୟୁନିକେସନ୍‌ ଟୁଲ୍‌। ଏହା ସାହାଯ୍ୟରେ ବ୍ୟବହାରକାରୀ ଦିବ୍ୟାଙ୍ଗ ମେସେଜ୍‌ ପଠାଇପାରିବେ ଏବଂ ସେମାନଙ୍କ ଦେଖାଶୁଣା କରୁଥିବା ବ୍ୟକ୍ତି ଆସୁଥିବା ମେସେଜ୍‌କୁ ପଢ଼ି ସେମାନଙ୍କୁ ବୁଝାଇପାରିବେ।

ଏହାସହ ପଢନ୍ତୁ: ଭାରତରେ ୧୦ କୋଟି ସ୍ମାର୍ଟଫୋନ୍‌ ବିକିଛି ଏହି ବିଦେଶୀ କମ୍ପାନୀ

ଏଥିରେ ଦୁଇଟି ଭିନ୍ନ ଭିନ୍ନ ୟୁଜର ଇଣ୍ଟରଫେସ୍‌ ଦିଆଯାଇଛି। ପ୍ରଥମ ଇଣ୍ଟରଫେସ୍‌ Invisible UI ଭାଇବ୍ରେସନ୍‌, ଟ୍ୟାପ୍ସ ଓ ଜେଶ୍ଚର ବ୍ୟବହାର କରିଥାଏ। ସେହିପରି ଦ୍ୱିତୀୟ Visible UI ଟି ଏକ ଷ୍ଟାଣ୍ଡାର୍ଡ ଚାଟ୍‌ ଇଣ୍ଟରଫେସ୍‌। ଦିବ୍ୟାଙ୍ଗଙ୍କ ଦେଖାଶୁଣା କରୁଥିବା ବ୍ୟକ୍ତିଙ୍କ ଲାଗି ଦ୍ୱିତୀୟ ଇଣ୍ଟରଫେସ୍‌ ଉଦ୍ଦିଷ୍ଟ। ଶୁଣିପାରୁନଥିବା ଦିବ୍ୟାଙ୍ଗ ବ୍ୟକ୍ତି ମେସେଜ୍‌ ପଠାଇବା ପାଇଁ ଡଟ୍ସ ଏବଂ ଡେଶେଜ୍‌ ବ୍ୟବହାର କରିବେ। ଦ୍ୱିତୀୟ ଇଣ୍ଟରଫେସ୍‌ ଭଳି ୟୁଜର୍ସ କୌଣସି ଦିବ୍ୟାଙ୍ଗଙ୍କୁ ଭଏସ୍‌ ମେସେଜ୍‌ କିମ୍ବା ଟାଇପ୍‌ କରିଥିବା ମେସେଜ୍‌ ପଠାଇପାରିବେ। ଶୁଣିପାରୁନଥିବା ବ୍ୟକ୍ତିଙ୍କ ପାଖକୁ ଆସୁଥିବା ଭଏସ୍‌ ମେସେଜ୍‌ କିମ୍ବା ଟେକ୍‌ଷ୍ଟ ମେସେଜ୍‌ ମୋର୍ସ କୋର୍ଡରେ ଭାଇବ୍ରେସନ୍‌ ଭଳି ମିଳିବ। ଫଳରେ ସେ ତାକୁ ସହଜରେ ବୁଝିପାରିବେ। ଏହି ଆପ୍‌ ଭାଇବ୍ରେସନ୍‌କୁ ଟେକଷ୍ଟ ଏବଂ ଟେକଷ୍ଟକୁ ଭାଇବ୍ରେସନ୍‌ରେ ପରିବର୍ତ୍ତିତ କରିବା ପାଇଁ ମୋର୍ସ କୋର୍ଡ ବ୍ୟବହାର କରିଥାଏ।

Leave A Reply

Your email address will not be published.