ଦୁଇ ପିଲାଙ୍କ କଳିକୁ ନେଇ ଶିକ୍ଷକ ଏମିତି ମାଡ଼ ମାରିଲେ ଯେ, ଭାଙ୍ଗିଗଲା ଛାତ୍ରର ହାତ

ଉମରକୋଟ(କେନ୍ୟୁଜ୍): ଦଣ୍ଡ ମୁକ୍ତ ଅଞ୍ଚଳରେ ଛାତ୍ର ପାଇଲେ ଦଣ୍ଡ । ଶିକ୍ଷକଙ୍କ ମାଡ଼ରେ ଭାଙ୍ଗିଲା ହାତ । ଏଭଳି ଅଭବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡିପାଣି ମଙ୍ଗଳ ବିଭାଗର ବିଦ୍ୟାଳୟରେ ।

ପିଲା ମାନଙ୍କୁ ଶିକ୍ଷାଭିମୁଖୀ କରିବା ପାଇଁ ବିଦ୍ୟାଳୟ ଗୁଡିକରେ ମନୋରଞ୍ଜନ ମାଧ୍ୟମରେ ଛାତ୍ର ଛାତ୍ରୀ ଙ୍କୁ ପାଠ ପାଇବା ପାଇଁ ସରକାର ସ୍କୁଲ ଗୁଡିକୁ ଦଣ୍ଡମୁକ୍ତ ଘୋଷଣା କରିଛନ୍ତି। କିନ୍ତୁ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡିପାଣି ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟ ରେ ଏହାର ବିପରିତ ଘଟଣା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ଜଣେ ୭ମ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକ ମାଡ ମାରିଥିବା ନେଇ ଅଭିଯୋଗ କରିଛନ୍ତି ଜଣେ ଛାତ୍ର ଓ ତାଙ୍କ ପରିବାର ସଦସ୍ଯ। ଛାତ୍ରଙ୍କ ବାପା ତ୍ରିଲୋଚନ ବାଘଙ୍କ କହିବା ଅନୁସାରେ ତାଙ୍କ ପୁଅ ଆଦିତ୍ୟ ବାଘ ଧୋଡିପାଣି ବିଦ୍ୟାଳୟ ରେ ୭ମ ଶ୍ରେଣୀ ପଢୁଥିବାବେଳେ, ସେ ସ୍କୁଲ ଛାତ୍ରାବାସରେ ରୁହୁଥିଲେ ।

ଗତ ୧୧ ତାରିଖ ଦିନ ୨ ପିଲାଙ୍କ କଳିକୁ ନେଇ ସ୍କୁଲର ଜଣେ ଶିକ୍ଷକ ଶ୍ରୀ ଉମେଶ ଚନ୍ଦ୍ର ସୁନାନୀ, ଆଦିତ୍ୟଙ୍କୁ ଏକ ପ୍ଲାଷ୍ଟିକ୍‌ ପାଇପରେ ମାଡ ମାରିଥିଲେ । ଫଳରେ ପିଲାଟିର ବାମ ହାତରେ ଗଭୀର ଆଘାତ ଲାଗିଥିଲା। ଏହି ଖବର ପିଲାଟିର ପରିବାରକୁ ମଧ୍ୟ ଦିଆଯାଇନଥିଲା । ହେଲେ ସୌଭାଗ୍ଯ ବଶତଃ ଗତକାଲି ଉଭୟ ବାପା ଓ ମା ତାଙ୍କ ପୁଅକୁ ଦେଖିବା ପାଇଁ ସ୍କୁଲକୁ ଯାଇଥିବା ବେଳେ ଆଦିତ୍ୟ କାନ୍ଦି କାନ୍ଦି ଘଟଣା ସଂକ୍ରାନ୍ତରେ କହିଥିଲେ। ଏହି ଘଟଣା ଜାଣିବା ପରେ ଉଭୟ ବାପା ମା ପ୍ରଧାନ ଶିକ୍ଷକଙ୍କ ପାଖକୁ ଯିବା ସହ ସମସ୍ତ ଘଟଣା ଜଣାଇଥିଲେ ଏବଂ ଆଦିତ୍ୟଙ୍କୁ ଘରକୁ ନେଇ ଆସିଥିଲେ।

ଏହାପରେ ପୁଅକୁ ନ୍ଯାୟ ପାଇଁ ବାପା ତ୍ରିଲୋଚନ ଚନ୍ଦାହାଣ୍ଡି ଥାନାର ଦ୍ଵାରସ୍ଥ ହୋଇ ଥିଲେ ହେଲେ ବିଭିନ୍ନ ଚାପ ସୃଷ୍ଟି କରି କେସ ଉଠାଇ ନେବାକୁ ତାଙ୍କୁ କୁହାଯାଇଥିଲା ଏବଂ ରାଜି ନାମା ମଧ୍ୟ ଜୋର ଜବରଦସ୍ତି କରାଯାଇଥିଲା। ତେବେ ପିଲାଟିକୁ ଗତକାଲି ଅଧିକ ଯନ୍ତ୍ରଣା ହେବାରୁ ତାଙ୍କୁ ଉମରକୋଟର ଏକ ଘୋରୋଇ କ୍ଲିନିକ୍‌ କୁ ଅଣାଯାଇଥିଲା ।ଏହାପରେ ଜଣାପଡିଥିଲା କି ପିଲାଟିର ହାତ ଭାଙ୍ଗି ଯାଇଛି। ଏକଥା ଜଣାପଡିବା ପରେ ବର୍ତମାନ ପୁନର୍ବାର ଥାନାରେ ଅଭିଯୋଗ କରି ଶିକ୍ଷକଙ୍କୁ ଉଚିତ ଦଣ୍ଡ ମିଳିବା ଯାଏ ଲଢିବେ ବୋଲି କହିଛନ୍ତି ଛାତ୍ରଙ୍କ ପରିବାର। ଏପଟେ ଶିକ୍ଷକ ଜଣକ ମଦ ପିଇ ଏ ଭଳି କାଣ୍ଡ ଘଟାଇ ଥିବା ଛାତ୍ର ପ୍ରକାଶ କରିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.