‘ଝଲକ ଦିଖଲାଜା’ ୧୦ରେ ନଜର ଆସିବେ ନିୟା, ନିୟାଙ୍କ ଡ୍ୟାନ୍ସ ତଡକା ଦେଖିବାକୁ ଫ୍ୟାନ୍ସ ରହିଛନ୍ତି ଉତ୍ସାହିତ

ଟିଭିର ସବୁଠାରୁ ଲୋକପ୍ରିୟ ସେଲିବ୍ରିଟି ଡ୍ୟାନ୍ସ ସୋ ‘ଝଲକ ଦିଖଲା ଜା’ ପୁରା ୫ ବର୍ଷ ପରେ ଛୋଟ ପରଦାକୁ ଫେରୁଛି। ଏହା ଶୋ’ର ୧୦ମ ସିଜିନ୍ ହେବ । ଡ୍ୟାନ୍ସ ଜଲଓ୍ଵା ଦେଖାଇବା ପାଇଁ ‘ଝଲକ ଦିଖଲାଜା’ ସିଜିନ ୧୦ ଷ୍ଟେଜ ପ୍ରସ୍ତୁତ ହୋଇସାରିଛି। ଏଥିରେ ଡ୍ୟାନ୍ସ ସହିତ ଯୋଡିଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ। ଡ୍ୟାନ୍ସ ଶୋ ପାଇଁ ଜଜ ଫାଇନାଲ ହୋଇସାରିଛନ୍ତି। ଶୋରେ ମାଧୁରୀ ଦୀକ୍ଷିତ, ନୋରା ଫତେହୀ, କରନ ଜୋହରଙ୍କୁ ଦେଖିବାକୁ ମିଳିବ। ତେବେ ଏହି ଶୋରେ ଭାଗ ନେବା ପାଇଁ ପ୍ରତିଯୋଗୀଙ୍କ ସହିତ କଥାବାର୍ତ୍ତା ଚାଲିଛି। ଏହା ମଧ୍ୟରେ ୩ ଜଣ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଛି।

ରିପୋର୍ଟ ମୁତାବକ, ହିନା ଖାନା ଏବଂ ନିୟା ଶର୍ମାଙ୍କ ଭଳି କିଛି ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସିଛି। ମେକର୍ସ ଏମାନଙ୍କୁ ଆପ୍ରୋଚ କରିଛନ୍ତି। ତେବେ ହିନାଙ୍କ ସହିତ କଥାବାର୍ତ୍ତା ଚାଲିଥିବା ନିୟା ଶୋ ପାଇଁ ରାଜି ହୋଇଛନ୍ତି। ସିରିଅଲ ଅନୁପମାରେ ଲୋକପ୍ରିୟତା ହାସଲ କରିଥିବା ପାରସ କଲନାଓ୍ଵତ ଝଲକ ଦିଖଲାଜା ଶୋରେ ନଜର ଆସିବେ।

ଏହା ବ୍ୟତୀତ ବର୍ତ୍ତମାନ ଅଭିନେତା ପାରସ କଲନାବତଙ୍କ ନାମ ଜଡିତ ହୋଇଛି। ଟିଭି ଶୋ ଅନୁପମାରେ ସମର ଭୂମିକାରେ ଅଭିନୟ କରୁଥିବା ଅଭିନେତା ପାରସଙ୍କ ଏଣ୍ଟ୍ରି ସରପ୍ରାଇଜ୍‌ହୋଇପାରେ। କାରଣ ଟିଆରପି ତାଲିକାରେ ଶୀର୍ଷରେ ଥିବା ଶୋ ଅନୁପମା ପରେ ସେ ଲେକପ୍ରିୟ ହୋଇଛନ୍ତି।

ନିୟା ଝଲକ ଦିଖଲଜା ଶୋରେ ନଜର ଆସିବା ପାଇଁ ଫ୍ୟାନ୍ସ ବହୁତ ଉତ୍ସାହିତ ରହିଛନ୍ତି। ତାଙ୍କ ଅଭିନୟର ଦିଓ୍ଵାନା ରହିଛନ୍ତି ଫ୍ୟାନ୍ସ। ନିଜ ମନ ମୁତାବକ ଲାଇଫ ବଞ୍ଚିବାକୁ ଚାହାନ୍ତି ନିୟା। ଲୋକ ତାଙ୍କ ବିଷୟରେ କ’ଣ ଭାବୁଛନ୍ତି, ତାହାକୁ ନେଇ କେବେ ବି ଚିନ୍ତା କରନ୍ତି ନାହିଁ। ‘ଜମାଇ ରାଜା’ ନାଗିନ ୪’ରେ ନଜର ଆସିଛନ୍ତି ନିୟା।

ନିୟା ପୂର୍ବରୁ ‘ଖତରୋଁ କେ ଖିଲାଡି’ର ୮ମ ସିଜିନରେ ଭାଗ ନେଇସାରିଛନ୍ତି। ନିକଟରେ କାମ ନ ମିଳିବା ଯୋଗୁଁ ମନ ଦୁଃଖରେ ରହିଥିଲେ। କିନ୍ତୁ ଏବେ ଝଲକ ଦିଖଲଜା ଶୋ ମିଳିବା ପରେ ନିୟା ବହୁତ ଖୁସି ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.