ଭଦ୍ରକ ପାଣିସାହି ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ, ଖେଳୁଥିବା ସମୟରେ ଗରମ ଡାଲିରେ ପଡିଗଲେ ଛାତ୍ରୀ

ଭଦ୍ରକ: ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ। ଗରମ ଡାଲିରେ ପଡିଲେ ଛାତ୍ରୀ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପାଣିସାହି ଅଙ୍ଗନବାଡି କେନ୍ଦ୍ରରେ ଏକ ଶିଶୁ କନ୍ୟା ଖେଳୁଥିବା ସମୟରେ ଗରମ ଡାଲିରେ ପଡିଯାଇଥିଲା।

ଖବର ପାଇ ପରିବାରଲୋକେ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଅଙ୍ଗନବାଡି କେନ୍ଦ୍ରକୁ କର୍ମୀ ଆସୁନଥିବାରୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ଗାଁଲୋକେ ଅଭିଯୋଗ କରି କେନ୍ଦ୍ରରେ ତାଲା ପକାଇଦେଇଥିଲେ।