Below header

ସମୁଦ୍ରକୂଳରେ ବୁଲିବା ବେଳେ ମହିଳା ପାଇଲେ ଏମିତି ଜିନିଷ, ଯାହା ତାଙ୍କୁ ରାତାରାତି କରିଦେଲା କୋଟିପତି

ଥାଇଲାଣ୍ଡ ସମୁଦ୍ରକୂଳରେ ବୁଲୁଥିବା ଜଣେ ମହିଳାଙ୍କ ହାତରେ ଲାଗିଛି ଖଜାନା। ଏହି ମୂଲ୍ୟବାନ୍‌ ଜିନିଷ ପାଇବା ପରେ ସେ ରାତାରାତି କୋଟିପତି ହୋଇଯାଇଛନ୍ତି। ଆପଣ ଭାବୁଥିବେ ବୋଧେ ମହିଳାଙ୍କୁ ସମୁଦ୍ରକୂଳରେ ହୀରା ମୋତି ଖଚିତ ହାର ମିଳିଗଲା। କିନ୍ତୁ ନା। ତାଙ୍କୁ ସେସବୁ କିଛି ମିଳିନାହିଁ।

ରିପୋର୍ଟ ମୁତାବକ, ମହିଳାଙ୍କୁ ସମୁଦ୍ରକୂଳରୁ ହ୍ଵିଲର ବାନ୍ତି ମିଳିଛି, ଯାହାର ଦାମ୍‌ କୋଟିଏ ଟଙ୍କା ହେବ। ମହିଳାଙ୍କୁ ମିଳିଥିବା ବାନ୍ତିର ଦାମ୍‌ ୧.୯୩ କୋଟି ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ହେ୍ଵଲର ବାନ୍ତିକୁ ଭାସମାନ ସୁନା ବୋଲି କୁହାଯାଏ। ଆପଣ ଚାହିଁଲେ ସୋସିଆଲ ମିଡିଆରେ ଏହାର ଫଟୋ ଦେଖିପାରିବେ।

vomit2

ମିଳିଥିବା ସୂଚନାନୁସାରେ, ୨୩ ଫେବ୍ରୁଆରୀରେ ମହିଳା ଜଣକ ଥାଇଲାଣ୍ଡର ନଖୋନ୍‌ ସି ଥମ୍ମରତ ପ୍ରାନ୍ତର ସମୁଦ୍ରକୂଳରେ ବୁଲୁଥିଲେ। ସେତେବେଳେ ଏକ ବଡ଼ ପଥର ଭଳି ଜିନିଷ ଉପରେ ତାଙ୍କ ନଜର ପଡ଼ିଲା। ସେଥିରୁ ମାଛ ଭଳି ଗନ୍ଧ ଆସୁଥିଲା। ଉକ୍ତ ପଥରରୁ କିଛି ଟଙ୍କା ମିଳିଯିବ ଭାବି ସେ ତାହାକୁ ଘରକୁ ନେଇଆସିଥିଲେ। ମାତ୍ର ଯେତେବେଳେ ସେ ଜାଣିଲେ ଯେ ତାହା ହେଉଛି ହେ୍ଵଲର ବାନ୍ତି ଓ ଏହାର ମୂଲ୍ୟ କୋଟିଏ ଟଙ୍କା, ସେତେବେଳେ ତାଙ୍କ ଖୁସିର ସୀମା ରହିଲା ନାହିଁ।

ହେ୍ଵଲର ବାନ୍ତିକୁ ପରଫ୍ୟୁମ୍‌ ତିଆରି କରିବାରେ ବ୍ୟବହାର କରାଯାଏ। ଏଥିରେ ଏକ ବିନା ଗନ୍ଧଯୁକ୍ତ ଆଲକୋହଲ ରହିଥାଏ, ଯାହା ପରଫ୍ୟୁମ୍‌ର ଗନ୍ଧକୁ ଦୀର୍ଘ ସମୟ ଧରି ବଜାୟ ରଖିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.