କଥା ଦେଇ, କଥା ରଖିଲେ ମନ୍ତ୍ରୀ: ନିଜ ନିର୍ବାଚନ ମଣ୍ଡଳୀର ଗରୀବ ହିତାଧିକାରୀଙ୍କ ସମସ୍ଯା ବୁଝି ସାଉଁଟିଲେ ପ୍ରଶଂସା

ଭଞ୍ଜନଗର: ନିଜ ନିର୍ବାଚନ ମଣ୍ଡଳୀର ଗରୀବ ହିତାଧିକାରୀଙ୍କ ସମସ୍ଯା ବୁଝିବା ସହ , ବିଭିନ୍ନ ପଞ୍ଚାୟତରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ଯ ଗୁଡ଼ିକ କିଭଳି ତ୍ବରାନ୍ଵିତ ହେବ , ସେ ନେଇ ଗଂଜାମ ଜିଲ୍ଲା ଭଂଜନଗର ର୍ନିବାଚନ ମଣ୍ଡଳୀ ର ବିଧାୟକ ତଥା ରାଜ୍ଯର ବରିଷ୍ଠ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ଗାଁ କୁ ଗାଁ ବୁଲି ପ୍ରତ୍ୟକ୍ଷ ଭାବେ ଲୋକଙ୍କ ସମସ୍ଯା ବୁଝୁଛନ୍ତି ।

ପଞ୍ଚାୟତ କାର୍ଯ୍ଯାଳୟ ଠାରେ ଜମା ହୋଇଥିବା ବୟସ୍କ ହିତାଧିକାରୀଙ୍କ ଉପରେ ନଜର ପଡିଥିଲା ତାଙ୍କର। ସମସ୍ତ କଥା ଜାଣିବା ପରେ, ପ୍ରଶାସନିକ ଅଧିକାରୀଙ୍କ ଜରିଆରେ, ଯୋଗ୍ଯ ହିତାଧିକାରୀଙ୍କୁ ଭତ୍ତା ଦେବା ପାଇଁ ପ୍ରତିଶୃତି ଦେଇଥିଲେ ମନ୍ତ୍ରୀ। ଲୋକଙ୍କୁ ଦେଇଥିବା କଥାକୁ ପାଳନ କରିବାକୁଯାଇ , ନିଜେ ମନ୍ତ୍ରୀ ଶ୍ରୀ ଆରୁଖ ତିଳିସିଙ୍ଗି ପଞ୍ଚାୟତରେ ପହଞ୍ଚିଥିଲେ। ଖାଲି ସେତିକି ନୁହେଁ ହିତାଧିକାରୀଙ୍କୁ ଭତ୍ତା ମଧ୍ଯ ବଣ୍ଟନ କରିଥିଲେ । ଲୋକଙ୍କ ସମସ୍ଯା ଓ ତା’ର ସମାଧାନ ସଂକ୍ରାନ୍ତରେ ପଚାରି ବୁଝିଥିଲେ ।

ଅନ୍ଯପଟେ କଥା ଦେଇ, କଥା ରଖିଲେ ମନ୍ତ୍ରୀ । ଏଥିପାଇଁ ଗରୀବ ହିତାଧିକାରୀ ମାନେ , ବେଶ୍‌ ଖୁସି । ଏହାବ୍ଯତୀତ , ସ୍ଥାନୀୟ ଅଂଚଳର ରାସ୍ତାଘାଟ ଠାରୁ ଆରମ୍ଭକରି , ଆଶ୍ରୟସ୍ଥଳ , ସ୍କୁଲ ଓ କୋଠଘର , ପିଇବାପାଣି ଭଳି ଲୋକଙ୍କ ମୈ।ଳିକ ଆବଶ୍ଯକତା ପ୍ରତି ଦୃଷ୍ଟି ଦିଆଯିବା ସହ , ଉନ୍ନୟନ ମୂଳକ କାର୍ଯ୍ଯକ୍ରମ ଗୁଡିକ କିଭଳି ତ୍ବରାନ୍ଵିତ କରାଯିବ , ସେନେଇ ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିଥିଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

bikramବିଶେଷକରି ଗତ ଲକଡାଉନ ସମୟରେ , ଗରୀବ ଓ ଦିନଜୁରିଆ ଶ୍ରେଣୀର ଲୋକେ , ବହୁ କଷ୍ଟରେ ଦିନ ଅତିବାହିତ କରୁଥିବା ଜାଣି , ମନ୍ତ୍ରୀ ଶ୍ରୀ ଆରୁଖ , ନିଜେ ମୋଟର ସାଇକଲ୍‌ ଚଳାଇ ବିଭିନ୍ନ ଗାଁ କୁ ଗାଁ ବୁଲି ଲୋକଙ୍କୁ ସହାୟତା ଯୋଗାଇ ଥିଲେ । ଯାହାକୁ ନେଇ ନିଜ ର୍ନିବାଚନ ମଣ୍ଡଳୀ ରେ ବେଶ୍‌ ଚର୍ଚ୍ଚିତ ଥିଲେ ସେ । ଏବେ କରୋନା ଲକଡାଉନ୍‌ କୋହଳ ହେବା ପରେ , ପୁଣି ନିଜ ର୍ନିବାଚନ ମଣ୍ଡଳୀ ଲୋକଙ୍କ ସୁବିଧା – ଅସୁବିଧା ବୁଝିବା ଜାରି ରଖିଛନ୍ତି । ରାଜ୍ଯ ସରକାରଙ୍କ ସମସ୍ତ ଜନହିତକର ଯୋଜନା ରୁ ଯେମିତି କେହି ବଞ୍ଚିତ ହେବେ ନାହିଁ , ତାହା ଅନୁଧ୍ୟାନ କରିଥିଲେ ।

ଏଭଳି କାର୍ଯ୍ଯକ୍ରମ ଦ୍ଵାରା ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଠାରୁ ଆରମ୍ଭ କରି, ହିତାଧିକାରୀ ମାନେ ଏବେ ବେଶ୍‌ ଖୁସିଥିବାବେଳେ, ମନ୍ତ୍ରୀଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ଯକୁ ପ୍ରଶଂସା କରିଛନ୍ତି ।

ଭଞ୍ଜନଗରରୁ ରତ୍ନାକର ସାହୁଙ୍କ ରିପୋର୍ଟ, କେନ୍ଯୁଜ୍