ପୁଣି ଅଶାନ୍ତ ଉତ୍କଳ ୟୁନିଭର୍ସିଟି: ହୋଲି ସେଲିବ୍ରେସନକୁ ନେଇ ଗୋଷ୍ଠୀ କନ୍ଦଳ, ପୋଡିଦେଲେ ଦୁଇଟି ବାଇକ

ଭୁବନେଶ୍ବର(କେନ୍ୟୁଜ୍): ପୁଣି ଅଶାନ୍ତ ଉତ୍କଳ ୟୁନିଭର୍ସିଟିର ବଏଜ ହଷ୍ଟେଲ । ହୋଲି ସେଲିବ୍ରେସନକୁ ନେଇ ଉତ୍କଳ ବିଶ୍ଵବିଦ୍ୟାଳୟ ର ଦୁଇ ଛାତ୍ର ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳ । ହଷ୍ଟେଲ ଭିତରେ ଥିବା ଦୁଇଟି ବାଇକକୁ ପୋଡ଼ିଦେଲେ ଛାତ୍ର । ଗୋଦାବରିସ ହଷ୍ଟେଲକୁ ଚାବି ପକେଇ ଉତ୍ତେଜନା ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସହିଦ ନଗର ଥାନା ପୋଲିସ ପହଞ୍ଚି ଦୁଇ ଗୋଷ୍ଠୀର ଛାତ୍ରଙ୍କୁ ବୁଝା ସୁଝା କରୁଛି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଛି ।

grp clash

ଗତକାଲି ବିଳମ୍ବିତ ରାତିରେ ୨ଟି ଗାଡି ପୋଡି ଦେଇଥିବା ସୁଚନା ମିଳିଛି । ହଷ୍ଟେଲ ରେ ଲାଗିଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । କେଉଁ ମାନେ ଏଭଳି କାମ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇନି । ଏପଟେ ଛାତ୍ର ମାନେ ଦାବି କରିଛନ୍ତି ଯେ ପୋଡି ହୋଇଥିବା ଗାଡିର କ୍ଷଟି ପୂରଣ ଦେଉ କଲେଜ । ସିକ୍ୟୁରିଟି ବ୍ୟବସ୍ଥା ଢିଲା ଯୋଗୁ ଏଭଳି ଘଟଣା ଘଟିଥିବା ଛାତ୍ରମାନେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.