Below header

ସ୍କୁଲ ଗେଟ୍‌ରେ ତାଲା, ଭିତରେ ଛାତ୍ରୀ: ପାଖାପାଖି ୨ ଘଣ୍ଟାର ଚେଷ୍ଟା ପରେ କରାଗଲା ଉଦ୍ଧାର

ବ୍ରହ୍ମପୁର: ସ୍କୁଲ ଗେଟ୍‌ରେ ତାଲା । ଭିତରେ ଛାତ୍ରୀ । ଗେଟ୍‌ ଫାଙ୍କରେ ଛାତ୍ରୀଙ୍କୁ ବାହାର କରିବାକୁ ଚାଲିଛି ପ୍ରୟାସ । ପାଖାପାଖି ୨ ଘଣ୍ଟାର ଚେଷ୍ଟା । ଶେଷର ପହଞ୍ଚିଲା ପୋଲିସ । ଖୋଲିଲା ଗେଟ୍‌, ବାହାରକୁ ଆସିଲେ ଛାତ୍ରୀ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ବାଳିକା ଉଚ୍ଚ ବିଦ୍ୟାଳୟରେ । ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ ସାରି ଦିନ ୧୨ଟାରେ ଗେଟ୍‌ ତାଲା ପକାଇ ପଳାଇ ଯାଇଥିଲେ ଶିକ୍ଷକ ଶିକ୍ଷୟିତ୍ରୀ ।

କିଛି ସମୟ ପରେ ଛାତ୍ରୀଙ୍କ ଚିତ୍କାର ଶୁଭିଥିଲା । ଛାତ୍ରୀ ଜଣଙ୍କ ବାହାରକୁ ଆସିବା ପାଇଁ ଚେଷ୍ଟା କରୁଥିଲେ । ଏହା ପରେ ଲୋକଙ୍କ ଭିଡ ଜିମଥିଲା । ଛାତ୍ରୀଙ୍କୁ ବାହାରକୁ ଆଣିବା ପାଇଁ ସମେସ୍ତ ଚେଷ୍ଟା କରିଥିଲେ । ଶେଷରେ ପୋଲିସ ଉପସ୍ଥିତିରେ ତାଲା ଖୋଲାଯାଇ ଛାତ୍ରୀଙ୍କୁ ବାହାର କରାଯାଇଥିଲା । ଛାତ୍ରୀଙ୍କ ବାପା-ମାଆ ଝିଅକୁ ନେଇଥିଲେ । ସ୍କୁଲ ପରିଚାଳନାରେ ଦାୟିତ୍ୱହୀନତା ଯୋଗୁ ଛାତ୍ରୀ ଜଣଙ୍କ ସ୍କୁଲ ମଧ୍ୟରେ ରହିଗଲେ ବୋଲି ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.